Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗାନ୍ଧି ଜୟନ୍ତୀ ଅବସରରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

2/10/2019 at 9:16 AM

ଭୁବନେଶ୍ବର ୨।୧୦: ଗାନ୍ଧି ଜୟନ୍ତୀ ଅବସରରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଗାନ୍ଧିଙ୍କ ନୀତି ଆର୍ଦଶରେ ଗଢ଼ା ଦଳ କଂଗ୍ରେସ ପଦଯାତ୍ରା ମଇଦାନକୁ ଲମ୍ପ ମାରିଛି । ଭୁବନେଶ୍ବର ଜନତା ମଇଦାନ ସ୍ଥିତ ଗାନ୍ଧି ପାର୍କରୁ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରୁ ପଦଯାତ୍ରା ଆରମ୍ଭ କରିଛି ଦଳ ।

ସେହିଭଳି ସାଲେପୁରରେ ଦଳିତଙ୍କ ଘରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଦଳ ନିଶ୍ଚିନ୍ତକୋଇଲିରେ ବି ପଦଯାତ୍ରା କରିବ । ଅକ୍ଟୋବର ୪ରେ ହେବ ବୁଦ୍ଧିଜୀବୀ ସମ୍ମିଳନୀ । ତାପରେ ଗାନ୍ଧି ସ୍ମୃତି ଥିବା ରାଜ୍ୟର ସମସ୍ତ ସ୍ଥାନରେ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଓ ଆଲୋଚନା ଚକ୍ର ଚାଲିବ ।

ସେହିଭଳି ବିଜେଡି ଜନସମ୍ପର୍କ ଯାତ୍ରା ଆରମ୍ଭ କରିବ । ଏହି ଜନସଂପର୍କ ଯାତ୍ରା ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେବ ଓ ଜୟପ୍ରକାଶ ଜୟନ୍ତୀରେ ସରିବ । ଏହାସହ ଅହିଂସାକୁ ସାମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ୧ଲକ୍ଷ ଦସ୍ତଖତ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ ।

ସେହିଭଳି ବିଜେପି ଗାନ୍ଧି ସଂକଳ୍ପ ଯାତ୍ରା କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ କଟକର ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧି ସ୍ମୃତି ପୀଠରୁ ଶୁଭାରମ୍ଭ କରିବେ । ପଦଯାତ୍ରା ଅକ୍ଟୋବର ୨ ରୁ ୨୫ ଯାଏଁ ଚାଲିବ ।

   Related Posts