Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇନଜୀବୀଙ୍କୁ ମାଡ ମାରିବା ଘଟଣାରେ ୩ପୋଲିସ କର୍ମଚାରୀ ସସପେଣ୍ଡ

30/08/2018 at 2:03 PM

ଆଇନଜୀବୀଙ୍କୁ ମାଡ ମାରିବା ଘଟଣାରେ କଟକ ଡିସିପି ୩ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି । ହେଲେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଇନଜୀବୀ ସଂଘ ଦାବି କରିଛି । ହାଇକୋର୍ଟ ବାର ଆସୋସିଏସନ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି । ରାଜ୍ୟର ଅନେକ ଆଇନଜୀବୀ ସଂଘ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଆସନ୍ତା ସୋମବାର ହାଇକୋର୍ଟ ଓକିଲ ସଂଘ ବୈଠକରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ । ଗତ ୨୮ ତାରିଖରେ ଏକ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଘଟଣା ଉଗ୍ର ରୁପ ନେଇଥିଲା ।ଏହାକୁ ନେଇ ଆଇନଜୀବୀ ରାସ୍ତାକୁ ଓହ୍ଲାଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅତିରିକ୍ତ ଡିସିପିଙ୍କ ତଦନ୍ତ ରିପୋର୍ଟ ଅନୁସାରେ କଟକ ଡିସିପି ଅଖିଳେଶ୍ବର ସିଂ ୩ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି । ଜଣେ ହୋମଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି ।

   Related Posts