୩ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ

Published By : Prameya-News7 Bureau | October 18, 2019 IST

ଭୁବନେଶ୍ବର ୧।୧୦: ଆଜି ତିନି ଜଣ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ ଦିଆଯାଇଛି । କ୍ଷମତାର ଅପବ୍ୟବହାର କରିବା ଅଭିଯୋଗର ଓଡିଶା ସର୍ଭିସ କୋଡ୍ ଅନ୍ତର୍ଗତ ଧାରା ୭୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ପୋଲିସ ମୁଖ୍ୟ ବିଜୟ କୁମାର ଶର୍ମା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ସରକାରଙ୍କ 5-T ନୀତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ପୋଲିସ କର୍ମଚାରୀମାନେ ହେଉଛନ୍ତି ଏସଆି ବନମାଳୀ ନାୟକ, ଏଏସଆଇ ବୀରବର ଲେଙ୍କା ଏବଂ କିଶୋର କୁମାର ବାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.