ଭିଜିଲାନ୍ସ ଜାଲରେ ୩ ପୋଲିସ ଅଧିକାରୀ, ଜାଲ୍ ସାର୍ଟିଫିକେଟ୍ କେସ୍ ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | July 26, 2019 IST

ମାଲକାନଗିରି ୨୬|୭: ଭିଜିଲାନ୍ସ ଜାଲରେ ୩ ଜଣ ପୋଲିସ ଅଧିକାରୀ । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ ଥାନାର ୩ ଜଣ ପୋଲିସ ଅଧିକାରୀ । ଆଇଆଇସି ରଞ୍ଜନ ସାହୁ, ଏସଆଇ ମାନସ ରଞ୍ଜନ ସ୍ବାଇଁ ଏବଂ ଏସଆଇ ସୁନୀଲ କୁମାରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

{"id":137429}

ଏକ ଜାଲ ସାର୍ଟିଫିକେଟ୍ କେସ୍‌କୁ ରଫା ଦଫା କରିବା ପାଇଁ ନେଉଥିଲେ ଲାଞ୍ଚ । ଓମ୍ ଭୂବର୍ଶ ନାମକ ଏକ ଘରୋଇ କଲେଜରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଗତକାଲି ରାତିରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.