ପୋଲିସ ସାଜିଲା ଲୁଟେରା : ରାହାଜାନୀ ମାମଲାରେ ୩ ପୋଲିସ ଗିରଫ

Published By : Prameya-News7 Bureau | August 23, 2019 IST

ଚୌଦ୍ବାର ୨୩|୮: ପୋଲିସ ସାଜିଲା ଲୁଟେରା । ରାହାଜାନୀ ମାମଲାରେ ୩ ଜଣ ପୋଲିସଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ରେ ପୋଲିସ ଲୁଟ କରିଥିବା ଅଭିଯୋଗ ହୋଇଛି ।

{"id":147736}

ଗତ ବୁଧବାର ବିଳମ୍ବିତ ରାତିରେ ଏକ କାରରେ ଚଣ୍ଡିଖୋଲରୁ ଭୁବନେଶ୍ୱର ଯାଉଥିବା ଏକ ପରିବାରକୁ ନିର୍ଗୁଣ୍ଡି ଟୋଲ ଗେଟ ନିକଟରେ ଅଟକାଇ କିଛି ପୋଲିସ ତନଖି କରିଥିଲେ । ସେମାନଙ୍କ ଗାଡିରୁ ଦେଢ ଲକ୍ଷ ଟଙ୍କା ମିଳିଥିଲା। ପରେ ତନଖି କରୁଥିବା ତିନି ଜଣ ପୋଲିସ ନିଜକୁ କମିଶନରେଟ ପୋଲିସର ସ୍ପେସାଲ ସ୍କ୍ୱାର୍ଡ ପରିଚୟ ଦେଇ ଟଙ୍କା ନେଇ ପଳାଇଥିଲେ ।

{"id":147737}

ଗୁରୁବାର ସେହି ପରିବାର କଟକ ଡିସିପିଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଡିସିପିଙ୍କ ପରାମର୍ଶ କ୍ରମେ ସେମାନେ ଟାଙ୍ଗି ଥାନାକୁ ଆସି  ଲୁଟ କରିଥିବା ଜଣେ ହୋମଗାର୍ଡକୁ ଦେଖିଥିଲେ। ପରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଅଥଚ କୌଣସି ଲିଖିତ ଅଭିଯୋଗ କରିନଥିଲେ । ପରେ ତିନି ଜଣ ପୋଲିସଙ୍କ ସହ ସଲାସୁତୁରା କରି ନିଜ ଟଙ୍କା ନେଇ ପଳାଇଥିଲେ ସଂପୃକ୍ତ ପରିବାର।

{"id":147738}

ଘଟଣାର ଗୁରୁତ୍ୱକୁ ଉପଲବ୍ଧ କରି ଟାଙ୍ଗୀ ଥାନା ଆଇଆଇସି ବିମଳ କୁମାର ବାରିକ ନିଜ ଆଡୁ ଏକ କେସ ରୁଜୁ କରି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏଭଳି ଘଟଣା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.