୩ ପିଏଲଏଫଆଇ ସଦସ୍ୟ ଗିରଫ, ୩ ଫେରାର

Published By : Prameya-News7 Bureau | November 13, 2019 IST

ରାଉରକେଲା ୧୩।୧୧: ରାଉରକେଲା ବିଶ୍ରା ଅଞ୍ଚଳରୁ ୩ ଜଣ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୨ଟି ପିସ୍ତଲ, ଗୁଳି ଏବଂ ଗୋଟିଏ ଛୁରୀ ଜବତ ହୋଇଛି । ପିଏଲଏଫଆଇ ସଦସ୍ୟମାନେ ହେଲେ ପବନ ଟାଣି ବେଡିଙ୍ଗ, ସମୁଏଲ ସୋଏ ମୁର୍ମୁ, ରାଜେଶ ବିରୁଆ ।

{"id":183490,"sizeSlug":"large"}

ଏହି ଅପରାଧୀ ମାନେ ବିଶ୍ରା ପେଟ୍ରୋଲ ପମ୍ପରେ ଅନ୍ୟ ତିନିଜଣ ସାଥୀଙ୍କ ସହ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି । ଫେରାର ଆସାମୀଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ପଶ୍ଚିମାଞ୍ଚଳ ଡ଼ିଆଇଜି କବିତା ଯଲନ, ଏସପି କେ.ଶିବା ସୁବ୍ରମନୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.