ଚର୍ଚ୍ଚାରେ ଦେଶର ତିନୋଟି ସ୍ଥାନ: ଓଡିଶାକୁ ମିଳୁଛି ବେଶି ପ୍ରଶଂସା

Published By : Prameya-News7 Bureau | April 14, 2020 IST

ଭୁବନେଶ୍ବର୧୪/୪: ଦେଶରେ କରୋନା ମୁକାବିଲା ନେଇ ଏବେ ତିନିଟି ସ୍ଥାନର ଚର୍ଚ୍ଚା । କେରଳ ଓଡ଼ିଶା ଏବଂ ଭିଲୱାଡା। କେରଳରେ ଗତକାଲି ପ୍ରଥମଥର ପାଇଁ ଭଲ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ହୋଇଛି। ସେପଟେ ରାଜସ୍ଥାନ ସରକାର ଗ୍ରାମାଞ୍ଚଳ ଉପରେ ଫୋକସ ବଢ଼ାଇବାରେ ଲାଗିଛନ୍ତି।

{"id":254273,"sizeSlug":"large"}

କେରଳର କରୋନା ଗ୍ରାଫ ତଳମୁହାଁ ହୋଇଛି। ଗ୍ରାଫ ଅନୁଯାୟୀ ପ୍ରଥମଥର ପାଇଁ ଗ୍ରୀଲ ଲାଇନରେ ଚିହ୍ନିତ ଭଲ ହେଉଥିବା ରୋଗୀ ନୂଆ ଆକ୍ଟିଭ କେସ୍‌ ବା ହଳଦିଆ ଚିହ୍ନିତ ଲାଇନକୁ ଛୁଇଁଛି। ଯାହାକୁ କୁହାଯାଏ ଫ୍ଲାଟେନିଂ ଦ ଗ୍ରାଫ । ବା ଗ୍ରାଫ ତିଖା ଭାବେ ଉପରମୁହାଁ ହେବା ପରିବର୍ତ୍ତେ ତଳମୁହାଁ ହେବା। ଏହାକୁ ଶୁଭ ସମ୍ବାଦ ବୋଲି କୁହାଯାଇଛି। ଜାନୁଆରି ୩୦ ତାରିଖରେ କେରଳରେ ପ୍ରଥମରୋଗୀ ଚିହ୍ନଟ ହୋଇଥିଲା। ବହୁ ସଂଖ୍ୟାରେ ବିଦେଶଫେରନ୍ତାଙ୍କୁ ଦେଖିଲେ କେରଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଥିଲା। ତେବେ କେରଳ ସରକାର ପରୀକ୍ଷାକୁ ଦେଇଥିଲେ ଜୋର।

{"id":254274,"sizeSlug":"large"}

ଅନ୍ୟ ରାଜ୍ୟ ତୁଳନାରେ ପ୍ରତି ଦଶ ଲକ୍ଷରେ କେରଳ ହିଁ ସର୍ବାଧିକ ଲୋକଙ୍କୁ ପରୀକ୍ଷା ପରିସରଭୁକ୍ତ କରିଛି ଯେତେବେଳେ କି ପଶ୍ଚିମବଙ୍ଗ ସବୁଠାରୁ କମ୍ ଲୋକଙ୍କୁ ପରୀକ୍ଷା କରୁଛି। ମନେପକାନ୍ତୁ ପିନାରାୟି ବିଜୟନ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପୂର୍ବରୁ ଦୁଇଦୁଇ ଥର ଏମିତି ମହାମାରୀର ମୁକାବିଲା କରିସାରିଲାଣି କେରଳ। ୨୦୧୮ ଏବଂ ୨୦୧୯ରେ ନିଫା ଭାଇରସର ମୁକାବିଲା କେରଳ ସରକାରଙ୍କୁ କରୋନା ମୁକାବିଲାରେ ବ୍ୟବସ୍ଥିତ କରିଥିଲା ବୋଲି ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ ଏବେ କେରଳର ସ୍ବାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଭାରତର ଅନ୍ୟରାଜ୍ୟ ତୁଳନାରେ ବହୁ ଆଗରେ। ଏଠାକାର ନର୍ସଙ୍କର ବିଦେଶରେ ବି ନାଁ ରହିଛି। ଏଣୁ କରୋନା ରୋଗୀଙ୍କ ଚିକିତ୍ସାରେ ଏମାନେ ଜି ଜାନ ଲଗେଇ ଦେଇଥିଲେ। ଏପର୍ଯ୍ୟନ୍ତ ୫୦ ପ୍ରତିଶତ ରୋଗୀ ଏଠାରେ ସୁସ୍ଥ ହୋଇସାରିଛନ୍ତି।

କରୋନା ମୁକାବିଲାରେ ଆଉ ଏକ ମଡେଲ ଉପରେ ଚର୍ଚ୍ଚା ହେଉଛି। ତାହା ହେଲା ରାଜସ୍ଥାନର ଭିଲୱାଡା ମଡେଲ। ଦେଶବ୍ୟାପୀ ଲକଡାଉନ ଆରମ୍ଭ ହେବା ପୂର୍ବରୁ ଏଠାରେ ଭିଲୱାଡା ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ସଂପୂର୍ଣ୍ଣ ଲକଡାଉନ ଏଠାରେ ଆରମ୍ଭ କରିଦେଇଥିଲେ। ସବୁ ଶିଳ୍ପ ସଂସ୍ଥାଠାରୁ ଆରମ୍ଭ କରି ଇଟାଭାଟିକୁ ବନ୍ଦ କରିଦିଆଯାଇଥିଲା। କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ଯଦିଓ ଏଠାରେ ଇଟାଲି ଫେରନ୍ତା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା, ଯିଏ କି ପଜିଟିଭ୍‌ ଆସିଥିଲେ।

ମାର୍ଚ୍ଚ ୩୧ରେ ଏଠାରେ ୨୭ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଏହା ପରଠାରୁ ଏଠାରେ ଆଉ ରୋଗୀଙ୍କୁ ଚିହ୍ନଟ କରାଯାଇନାହିଁ। ଯେଉଁ କଣ୍ଟେନମେଣ୍ଟ ଜୋନ୍ କଥା ଏବେ କୁହାଯାଉଛି ଭିଲୱାଡାରେ ସେଠାରେ ଆଗୁଆ ଲାଗୁ କରାଯାଇଥିଲା। ସେହିପରି ରାଜସ୍ଥାନ ସରକାର ଏବେ ଗ୍ରାମାଞ୍ଚଳକୁ ଫୋକସ କରୁଛନ୍ତି। ରାଜସ୍ଥାନରେ ଏପର୍ଯ୍ୟନ୍ତ ୮୭୩ ରୋଗୀ ଚିହ୍ନଟ ହେଲେଣି । ରାଜସ୍ଥାନ ସରକାର ସ୍ଥିତି ଉପେର ନିୟନ୍ତ୍ରଣ ପାଇବାକୁ କେବଳ ସହରାଞ୍ଚଳ ନୁହେଁ ଏବେ ଗ୍ରାମାଞ୍ଚଳକୁ ଅଧିକ ଫୋକସ ଦେବା ଆରମ୍ଭ କରିଛନ୍ତି। ଯେଉଁ ଟେଷ୍ଟିଂ ଏବଂ ଟ୍ରେସିଂର କଥା କୁହାଯାଉଛି। ସେଥିରେ ମଧ୍ୟ କେରଳ ପରେ ରାଜସ୍ଥାନର ସ୍ଥାନ ରହିଛି। କରୋନା ନିୟନ୍ତ୍ରଣରେ ଓଡ଼ିଶା ନାଁ ମଧ୍ୟ ଦେଶ ବିଦେଶରେ ଚର୍ଚ୍ଚା ହେଉଛି। କଡ଼ା ଲକ୍‌ଡାଉନ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାରେ ବେଶୀ ସହାୟକ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.