ଆମ୍ବୁଲାନ୍ସ ଓ ଗୋରୁ ଗାଡି ମଧ୍ୟରେ ଧକ୍କା: ବାପା, ମା ଏବଂ ଝିଅ ଗୁରୁତର

Published By : Prameya-News7 Bureau | September 23, 2019 IST

ସୋର୨୩|୯:  ବାଲେଶ୍ବର ଜିଲା  ଖନ୍ତାପଡା ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଓ ଗୋରୁ ଗାଡି ମଧ୍ୟରେ ଧକ୍କା ହୋଇଛି ।ଏଥିରେ ବାପା ମା ଓ ଝିଅ ଗୁରୁତର ହୋଇଛନ୍ତି। ୧୬ ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଓଭରବ୍ରିଜ ନିକଟରେ  ଗୋରୁ ବୋଝେଇ ପିକ୍ଅପ ସହିତ ଆମ୍ବୁଲାନ୍ସ ମଧ୍ୟରେ ଧକା ହେବାରୁ ଆମ୍ବୁଲାନ୍ସରେ ଥିବା ବାପା ମା ଓ ଝିଅ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ପିକ୍ଅପ ରେ ଥିବା  ଗୋଟିଏ ଗୋରୁର ମୃତ୍ୟୁ ହୋଇଛି।

{"id":161620}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.