ବାର୍‌ହା ଆକ୍ରମଣରେ ୩ ଗୁରତର

Published By : Prameya-News7 Bureau | February 17, 2019 IST

ଢେଙ୍କାନାଳ ୧୭|୨:  ବାର୍‌ହା ଆକ୍ରମଣରେ ୩ ଗୁରତର ହୋଇଛନ୍ତି । ଢେଙ୍କନାଳ କଙ୍କଡାହାଡ ଥାନା ବାଘବସା ଗାଁର ଘଟଣା । ୩ ଗୁରୁତର ହେଲେ ନବ ପ୍ରଧାନ, ଶ୍ରୀବତ୍ସ ପ୍ରଧାନ, ବିମଳ ପ୍ରଧାନ । ସମସ୍ତଙ୍କର ମୁଣ୍ଡ, ହାତ ଓ ଜଙ୍ଘରେ ଆଘାତ ଲାଗିଛି । ବିଲକୁ ଯାଇଥିବାବେଳେ ସମସ୍ତଙ୍କୁ ଜଙ୍ଗଲି ବାର୍ ହା ଆକ୍ରମଣ କରିଥିଲା । ଗାଁ ଲୋକେ ଦେଖି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ନବ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.