Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

୨ଟି ହାତୀଙ୍କୁ ମାରିବା ଘଟଣା, ୩ ଅଭିଯୁକ୍ତ ଗିରଫ

19/06/2020 at 1:29 PM

ବଡ଼ବିଲ ୧୯।୦୬: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଗୁରୁବେଡ଼ା ଜଙ୍ଗଲରେ ୨ହାତୀଙ୍କ ମୃତ୍ୟୁ ଘଟଣା । ହାତୀ ମୃତ୍ୟୁ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁବେଡ଼ା, ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା ଓ ମାତଲୁ ମୁଣ୍ଡା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତକିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ, ଯୋଡ଼ା ନିକଟ ଗୁରୁବେଡ଼ା ରାସ୍ତା ପାଖ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଦୁଇଟି ହାତୀର ମୃତଦେହ ପଡି ରହିଥିଲା । ମୃତ ହାତୀଙ୍କ ମଧ୍ୟରୁ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀଙ୍କ ବୋଲି ଜଣାପଡିଥିଲା । ତେବେ ହାତୀଙ୍କୁ ହତ୍ୟା କରି କେହି ଦୁର୍ବୃତ୍ତ ଅଣ୍ଡିରା ହାତୀର ଦାନ୍ତକୁ କାଟିନେଇଥିବା ସନ୍ଦେହ କରାଯାଉଥିଲା  । ବନ ବିଭାଗର ଘଟଣାରେ ତଦନ୍ତ ଜାରି ରଖିଥିଲେ । ଶେଷରେ ଏହି ଘଟଣାରେ ବନ ବିଭାଗ ତଦନ୍ତ କରି ୩ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁବେଡ଼ା, ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା ଓ ମାତଲୁ ମୁଣ୍ଡା ବୋଲି ଜଣାପଡିଛି । ବାର୍‌ହା ଶିକାର ପାଇଁ ତାର ବିଛାଇଯାଇଥିଲେ । ସେହି ତାର ସଂସ୍ପର୍ଶରେ ଆସି ହାତୀମାନେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଅଭିଯୁକ୍ତମାନେ ହାତୀ ଦାନ୍ତ  ନେଇନଥିବା କଥା କହିଛନ୍ତି ।

   Related Posts