ଗ୍ୟାଙ୍ଗଷ୍ଟର ଟିଟୋର ଗୋ ଚାଲାଣ ରାକେଟ୍ ଲିଙ୍କରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Published By : Prameya-News7 Bureau | August 26, 2018 IST

ଭୁବନେଶ୍ୱର ୨୬/୮ : ଗ୍ୟାଙ୍ଗଷ୍ଟର ଟିଟୋର ଗୋ ଚାଲାଣ ରାକେଟ୍ ଲିଙ୍କରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ଗୋରୁ ଚାଲାଣ କାରବାରର ମୁଖ୍ୟ କାର୍ପଟଦାର ବଟୁ ପାଣିକୁ ଗିରଫ କରିବା ପରେ ଏସଟିଏଫ୍ ଗତ ଶୁକ୍ରବାର ରାତିରେ ନୟାଗଡର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସେହିଦିନ ରାତିରେ ଗୋରୁଚାଲାଣ ହେଉଥିବା ଦୁଇଟି ଟ୍ରକକୁ ଜବତ କରିବା ସହ ୩ ଜଣଙ୍କୁ ଉଠାଇଥିଲା ଏସଟିଏଫ୍ । ପରେ ଗତକାଲି ରାତିରେ ଏସ.ଟି.ଏଫ୍. ତିନିଜଣଙ୍କୁ ନୟାଗଡ ପୋଲିସକୁ ହସ୍ତାନ୍ତର କରିଥିଲା । ରାତିରେ ଇଟାମାଟି ପୋଲିସ ଗୋ ଚାଲାଣ ଏବଂ ଦାଦାବଟି ଆଦାୟ ଅଭିଯୋଗରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗିରଫ ତିନିଜଣ ହେଉଛନ୍ତି ବଟୁ ପାଣିର ଭାଇ ନବ ପାଣି , ନୟାଗଡ ସିନ୍ଦୁରିଆର ସଲମାନ ଓରଫ ବବଲୁ ଖାନ୍ ଏବଂ ବେଗୁନିଆ ଜାମୁସାହିର ଆଲ୍ଲାଉଦିନ୍ ଖାନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.