Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗୁଣି ଗାରେଡି ସନ୍ଦେହ : ଗରମ ଗୋବର ପାଣିରେ ୩ ଜଣଙ୍କ ହାତ ଭର୍ତ୍ତି ଅଭିଯୋଗ

9/07/2019 at 9:12 AM

ନବରଙ୍ଗପୁର ୯|୭:  ନବରଙ୍ଗପୁରରେ ଗୁଣି ଗାରେଡ଼ି ସନ୍ଦେହରେ ତିନି ଜଣଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି । ଗରମ ଗୋବର ପାଣିରେ ୩ ଜଣଙ୍କର ହାତ ଜବରଦସ୍ତି ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ତିନି ଜଣଙ୍କର ହାତ ପୋଡ଼ି ଯାଇଛି । ନବରଙ୍ଗପୁର ଥାନା ନୂଆଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ଏଭଳି ଅକଥନୀୟ ନିର୍ଯାତନା ଦେଇଛନ୍ତି ୨ଟି ପରିବାରର ସଦସ୍ୟ । ଏହି ଗାଁର ବନମାଳୀ ଜାନୀ, ତାଙ୍କ  ସ୍ତ୍ରୀ ଦୃପୁତ ଜାନୀ ଓ ୧୭ବର୍ଷୀୟ ଝିଅ ଶୁଭ ଜାନୀଙ୍କୁ  ପାଖ ପଡୋଶୀ ଏଭଳି କାମ କରିଥିବା ଅଭିଯୋଗ ହୋଇଛି ।

ଘଟଣା ଅନୁସାରେ ବନମାଳୀ ଗୁଣି ଗାରେଡି କରି ସେମାନଙ୍କର ଗାଈ, ଛେଳି, ମେଣ୍ଢାକୁ ମାରିଦେଉଛି ଓ ଲୋକ ମାନଙ୍କୁ ମଧ୍ୟ ଗୁଣି କରୁଛି ବୋଲି ପାଖ ପଡୋଶୀ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ଥାନାରେ ଏତଲା ଦିଆଯିବା ପରେ ଛାନଭିନ୍ ଆରମ୍ଭ କରିଛି ପୋଲିସ ।

   Related Posts