୧୦୦ଫୁଟ ତଳକୁ ଖସିଲା ଜିପ୍‌, ୩ ମୃତ

Published By : Prameya-News7 Bureau | June 13, 2020 IST

ମଣ୍ଡି ୧୩।୦୬: ୧୦୦ଫୁଟ ତଳକୁ ଖସିପଡିଲା ଜିପ୍‌ । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର କମାନ୍ଦ ନିକଟରେ ୧୦୦ଫୁଟ୍‌ ତଳକୁ ଖସିପଡିଲା ଜିପ୍‌ । ଦୁର୍ଘଟଣା ଗ୍ରସ୍ତରେ ଜିପ୍‌ରେ ଯାତ୍ରାକରୁଥିବା ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନଥିବେଳେ ପୋଲିସ ତଥ୍ୟ ଯୋଗାଡ କରିବାରେ ଲାଗିଛି ।

{"id":285528,"sizeSlug":"large"}

ସୂଚନାଯୋଗ୍ୟ ଯେ, କମାନ୍ଦ ନିକଟରେ ଥିବା ରାସ୍ତାରେ ଅଚାନକ ଶୁକ୍ରବାର ଦିନ ରାତି ସମୟରେ ଏକ ଜିପ୍‌ଟି ପଡିଯାଇଥିଲା । ୧୦୦ଫୁଟ ତଳକୁ ଖସିବା ଦ୍ୱାରା ଜିପ୍‌ଟି ଘାଇରେ ଯାଇ ପଡିଥିଲା । ତେବେ ଦୁର୍ଘଟଣାର ଖବର ମିଳିବା ମାତ୍ରେ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ତଳକୁ ଜିପ୍‌ଟି ଖସିବା ଦ୍ୱାରା ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଦୁଇ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତ୍ୟୁବରଣ କରିଥିଲେ । ଜଣେ ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ତୃତୀୟ ଆହତ ଯୁବକଙ୍କ ଚିକିତ୍ସା ଜାରି ରହିଥିଲା , କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସିମ୍‌ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେ ରାସ୍ତାରେ ରେ ମୃତ୍ୟୁବରଣ କରିଥିଲେ ।

{"id":285529,"sizeSlug":"large"}

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଯୁବକଙ୍କ ନାମ ଯଥାକ୍ରମେ- ମଣ୍ଡିର ଜିଲ୍ଲାର ଭୁପେନ୍ଦ୍ର ଶର୍ମା (୨୪ ବର୍ଷ), ବଲ୍ହା ଜିଲ୍ଲାର ଲବଦୀପ (୧୮ବର୍ଷ ), ମେହଓ୍ୱା ଜିଲ୍ଲାର ନିଧି ସିଂହ (୩୨ବର୍ଷ)  ବୋଲି ଜଣାପଡିଛି ।   ନିଧି ସିଂହ କମାନ୍ଧ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ସେଲ୍ସମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ପୋଲିସ ଆଇପିସି ଧାରା 279, 337 ଓ 304 A ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପୋଲିସ ଅନୁଯାୟୀ ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.