ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର ୩ ମୃତ
27/06/2019 at 9:26 AM

ରାଇରଙ୍ଗପୁର ୨୭|୬: ଝାଡଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୩ ମୃତ । ବସ୍ ଧକ୍କାରେ ଆଖି ବୁଜିଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଟଦୁମାର ଗାଁର ମଙ୍ଗଲବାନ ସିଂ ନିଜ ସ୍ତ୍ରୀ ଓ ଛୁଆଙ୍କ ସହ ବାଇକରେ ଟାଟା ଯାଉଥିଲେ । ହେଲେ ଝାଡ଼ଖଣ୍ଡର ପୋଟକା ତିରୁଲଡିହିରେ ଏକ ଯାତ୍ରୀ ବାହୀ ବସ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ମୃତକ ମାନେ ହେଲେ ମଙ୍ଗଲବାନ ସିଂ, ସ୍ତ୍ରୀ ସୁଭଦ୍ରା ସିଂ ଓ ତାଙ୍କର ୭ ବର୍ଷର ପୁଅ । ସେମାନେ ବାଇକରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ପାର୍ବତୀ ନାମକ ଯାତ୍ରୀ ବାହୀ ବସ ତାଙ୍କୁ ଧକ୍କା ଦେଇଥିଲା । ଦୁରଘଟଣା ପରେ ଗାଡିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।