Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ଭଦ୍ରକର, ରହିଛି ପଶ୍ଚିମବଙ୍ଗ ଲିଙ୍କ୍‌

28/04/2020 at 8:00 AM

ଭଦ୍ରକ ୨୮।୦୪: ଆଜି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ ଆକ୍ରାନ୍ତ ଭଦ୍ରକର ଏବଂ ସେମାନଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି । ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ପୁରୁଷ ବୋଲି ଜଣାପଡ଼ିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

୩ ଜଣଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁରର ହୋଇଥିବା ବେଳେ ଜଣେ ବନ୍ତ ବ୍ଲକର ବୋଲି ଜଣାପଡ଼ିଛି ।   ଏହି ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଁଞ୍ଚିଛି । ସେପଟେ ଭଦ୍ରକରେ କଡାକଡ଼ି କଟକଣା । ସଟଡାଉନ୍  ଉଠିବା ପରେ ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସହରର ବିଭିନ୍ନ ଛକରେ ବ୍ୟାରିକେଡ କରାଯାଇଛି ।

ଲୋକଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯିବା ସହିତ କଚେରୀ ବଜାର ଉପରେ ଥିବା ପରିବା ମାର୍କେଟକୁ ସ୍ଥାନାନ୍ତର କରାଯାଇଛି । ଯେଉଁମାନେ ନିୟମ ଉଲଂଘନ କରୁଛନ୍ତି ସେମାନଙ୍କଠାରୁ ପ୍ରଶାସନ ଫାଇନ ଆଦାୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ଏହି କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ୨୨୭ଟି ବାଇକ ଜବତ ହେବା ସହ  ଦୁଇ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।  ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ଲୋକଙ୍କୁ ମଧ୍ୟ ସଚେତନ କରୁଥିବା ଦେଖିବାକୁ ମିଳିଛି

   Related Posts