ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି, ୨୭କୁ ବୃଦ୍ଧିପାଇଲା ସଂଖ୍ୟା

Published By : Prameya-News7 Bureau | October 19, 2021 IST

କଟକ ୧୯/୧୦: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩ ନୂଆ ବିଚାରପତି। ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ମଧ୍ୟ ହାଇକୋର୍ଟ ଜଜ ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଗତ ୧୩ ତାରିଖରେ ଏହି ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ତିନି ନୂଆ ବିଚାରପତି ଶପଥ ନେବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ହୋଇଛି ୧୭ ।

ନିକଟରେ ଅନ୍ୟ ୨ ଜଣ ବିଚାରପତିଙ୍କର ଅନ୍ୟ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ବଦଳି ହୋଇ ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ। ଓଡିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି। ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.