WhatsApp ଖୁବ୍‌ଶୀଘ୍ର ଆଣିପାରେ ଏହି ୩ଟି ନୂଆ ଫିଚର, ଜାଣନ୍ତୁ ସେଗୁଡିକ କ’ଣ କ’ଣ

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬।୯: ସାରା ବିଶ୍ବରେ ବ୍ୟବହୃତ ହେଉଥିବା ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହେଉଛି ହ୍ବାଟସ୍ ଆପ୍ । ସାରା ବିଶ୍ବରେ ହ୍ବାଟସ୍ ଆପ୍ ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି । କମ୍ପାନୀ ତାର ଉପଭୋକ୍ତାଙ୍କ ପାଇଁ କିଛି ଦିନର ବ୍ୟବଧାନରେ ନୂଆ ନୂଆ ବୈଶିଷ୍ଟ୍ୟ ଆଣିଥାଏ । ଏହାଦ୍ବାରା ଆପ୍ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇଯାଏ । କମ୍ପାନୀ ବର୍ତ୍ତମାନ ସେମିତି କିଛି ନୂତନ ବୈଶିଷ୍ଟ୍ୟ ଉପରେ କାମ କରୁଛି । ଯାହା ଶୀଘ୍ର ଲଞ୍ଚ୍ ହେବ ।

ଏକ୍ସପାୟରିଂ ମିଡିଆ :

କମ୍ପାନୀ ଏହି ବୈଶିଷ୍ଟ୍ୟ ଉପରେ କିଛି ସମୟ ଧରି କାମ କରୁଛି । ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ବିକଶିତ ପର୍ଯ୍ୟାୟରେ ରହିଛି । ଏହାର ଅନେକ ନାମ ଦିଆଯାଇଛି ସାରିଛି । ଯେମିତିକି ସେଲ୍ଫ ଡିସଷ୍ଟ୍ରାକ୍ଟିଂ ମେସେଜ ଏବଂ ଡିସଆପିୟରିଂ ମେସେଜ । ଏହି ବୈଶିଷ୍ଟ୍ୟ ମାଧ୍ୟମରେ ପଠାଯାଇଥିବା ଫଟୋ, ଭିଡିଓ କିମ୍ବା ଜିଆଇଏଫଗୁଡିକ ଦେଖିବା ପରେ ଡିଲିଟ୍ କରାଯାଇପାରିବ । ଏହା ବର୍ତ୍ତମାନ ଆପରେ ଲାଇଭ୍ ହୋଇନାହିଁ । WABetaInfo ଅନୁଯାୟୀ ଏହି ବୈଶିଷ୍ଟ୍ୟ ଭବିଷ୍ୟତରେ ବିଟା ରିଲିଜରେ ଆସିବ ଏବଂ ପରେ ଏକ ସ୍ଥିର ରୋଲଆଉଟ୍ କରାଯିବ ।

ମଲ୍ଟି-ଡିଭାଇସ୍ ସପୋର୍ଟ :

ଏକ୍ସପାୟରିଂ ମିଡିଆ ଭଳି ହ୍ବାଟସ୍ ଆପ୍ ମଲ୍ଟି-ଡିଭାଇସ୍ ସପୋର୍ଟ ବୈଶିଷ୍ଟ୍ୟ ଉପରେ ମଧ୍ୟ କିଛି ସମୟ ଧରି କାମ କରିଆସୁଛି । ବର୍ତ୍ତମାନ ଏହାର ଲଞ୍ଚିଂ ସମ୍ପର୍କରେ କୌଣସି ସମୟ ନିର୍ଦ୍ଧାରଣ କରାଯାଇନାହିଁ । ଏହି ବୈଶିଷ୍ଟ୍ୟ ସହାୟତାରେ ଉପଭୋକ୍ତାମାନେ ଏକ ସମୟରେ ଏକାଧିକ ଡିଭାଇସରେ ସେମାନଙ୍କର ହ୍ବାଟସ୍ ଆପ୍ ଆକାଉଣ୍ଟ୍ ଚାଲୁ କରି ପାରିବେ । WABetaInfo ଅନୁସାରେ ହ୍ବାଟସ୍ ଆପ୍ ଡିଭାଇସ୍ ଲିମିଟ୍ ୪ ପର୍ଯ୍ୟନ୍ତ ସୀମିତ ରଖିବ । ଅର୍ଥାତ ଉପଭୋକ୍ତାମାନେ ଏକ ସମୟରେ ୪ଟି ଡିଭାଇସରେ ହ୍ବାଟସ୍ ଆପ୍ ଲଗ୍ ଇନ୍ କରିବାକୁ ସମର୍ଥ ହେବେ ।

ହିଷ୍ଟ୍ରି-ସିଙ୍କ୍ :

ମଲ୍ଟି-ଡିଭାଇସ୍ ସପୋର୍ଟ ସହ ହ୍ବାଟସ୍ ଆପ୍ ହିଷ୍ଟ୍ର-ସିଙ୍କ୍ ବୈଶିଷ୍ଟ୍ୟକୁ ମଧ୍ୟ ଉପଭୋକ୍ତାମାନଙ୍କ ପାଇଁ ଶୀଘ୍ର ଲଞ୍ଚ୍ କରିବାକୁ ଯାଉଛି । ଏହି ବୈଶିଷ୍ଟ୍ୟ ସହାୟତାରେ ଉପଭୋକ୍ତାମାନେ ସମସ୍ତ ଚାଟ୍ କୁ ଗୋଟିଏ ଡିଭାଇସ୍ ରୁ ଅନ୍ୟ ଡିଭାଇସ୍ କୁ କପି କରିପାରିବେ । ଏହି ବୈଶିଷ୍ଟ୍ୟର ସହାୟତାରେ ପ୍ରଥମ ଥର ପାଇଁ ଆଣ୍ଡ୍ରଏଡ୍ ଉପଭୋକ୍ତା ଆଇଫୋନ୍ ରେ କିମ୍ବା ଆଇଫୋନ୍ ଉପଭୋକ୍ତା ଆଣ୍ଡ୍ରୋଏଡ୍ ରେ ଚାଟ୍ କପି କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.