ରାଜ୍ୟରେ ଆଜି ପୁଣି ୩ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି
22/04/2020 at 7:20 AM

ଭୁବନେଶ୍ୱର ୨୨।୦୪: ରାଜ୍ୟରେ ଆଉ ୩ କରାେନା ପଜିଟିଭ୍ ଚିହ୍ନଟ । ଓଡିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରୁ ୮୨କୁ ବୃଦ୍ଧି ହୋଇଛି । ଏବେ ରାଜ୍ୟରେ ମୋଟ ଆକ୍ଟିଭ କେସ୍ ୫୧ । ସୁସ୍ଥ ହୋଇ ଡିସଚାର୍ଜ ହେଲେଣି ୩୦ ଜଣ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି ।

ଗତକାଲି ଗୋଟିଏ ଦିନରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଥିଲା । ସୋମବାର ଦିନ ରାଜ୍ୟରେ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବଂ ସମସ୍ତ କରୋନା ଆକ୍ରାନ୍ତ ଭଦ୍ରକ, ବାଲେଶ୍ୱର , ଯାଜପୁର ଓ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଥିଲା ।
