ଖୁବଶୀଘ୍ର ଲଞ୍ଚ୍ ହେବ ୩ଟି ଦମ୍ଦାର୍ କାର୍, ଜାଣି ରଖନ୍ତୁ କ’ଣ ରହିଛି ବିଶେଷତ୍ୱ
21/06/2020 at 11:26 AM

ନୂଆଦିଲ୍ଲୀ ୨୧।୦୬: କରୋନା ମହାମାରୀ ନେଇ ଚାରିଆଡେ ଚିନ୍ତା । ଭାରତରେ କରୋନା ସ୍ଥିତି ନେଇ ଧୀରେ ଧୀରେ ଲୋକଙ୍କ ଜୀବନ ଓ ଆର୍ଥିକ ସ୍ଥିତି ପୂର୍ବ ସ୍ଥିତିକୁ ଫେରୁଛି । ଲକ୍ଡାଉନ୍ ପରେ ମିଳିଥିବା କୋହଳ ଅନୁଯାଯୀ ଦେଶରେ ଅଟୋ ଇଣ୍ଟଷ୍ଟ୍ରି ଧୀରେ ଧୀରେ ନିଜ ପୂର୍ବ ସ୍ଥିତିକୁ ଫେରୁଛି । ବିଭିନ୍ନ କମ୍ପାନୀ ପକ୍ଷରୁ ବଜାରକୁ ନୂଆ ନୂଆ ଡିଜାଇନ୍ ଛଡାଯାଉଛି । କମ୍ପାନୀମାନେ ବଜାରର ଚାହିଦା ଦେଖି ନୂତନ ନୂତନ ଡିଜାଇନ୍ର କାର୍ ପ୍ରସ୍ତୁତି କରୁଛନ୍ତି । ଏହାକୁ ନେଇ ମଧ୍ୟ ବଜାରରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ନୂଆ କାର୍ ଲଞ୍ଚ କରାଯାଉଛି । ଆସନ୍ତା ମାସରେ ଭାରତରେ ତିନୋଟି ନୂଆ କାର୍ ଲଞ୍ଚ ହେବ । ଏମାନଙ୍କ ମଧ୍ୟରେ ହୋଣ୍ଡାର ଦୁଇଟି କାର୍ ଯଥାକ୍ରମେ Honda Civic ଓ Honda City ରହିଥିବା ବେଳେ ଅନ୍ୟ କାର୍ଟି MG Hector Plus 6 ରହିଛି । ଯାହା ଖୁବ୍ଶୀଘ୍ର ଲଞ୍ଚ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଭାରତୀୟ ବଜାର ଦୃଷ୍ଟି ଓ ଲୋକଙ୍କ ଚାହିଦା ମୁତାବିକ ଏହି କାର୍ ପ୍ରସ୍ତୁତ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ତିନୋଟି କାର୍ ବିଷୟରେ କିଛି କଥା…
Honda City
ହୋଣ୍ଡାର ସବୁଠାରୁ ଚର୍ଚ୍ଚିତ କାର୍ ମଧ୍ୟରେ ହୋଣ୍ଡା ସିଟି ଅନ୍ୟତମ। ଏବେ ଏହାର ନୂତନ ଭର୍ସନ ବଜାରକୁ ଆସିବାକୁ ଯାଉଛି । ଯାହାକି ଆସନ୍ତା ମାସରୁ ଆପଣ କିଣିପାରିବେ । ଏହି ନୂତନ ହୋଣ୍ଡା ସିଟିରେ BS-6 କମ୍ପଲାଏଣ୍ଟ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ୍ ରହିଛି । ଯାହାକି ୧୨୧hp ସ୍ପିଡ୍ର ପାଓ୍ୱାର ଓ ୧୪୫ Nm ଟ୍ୟାର୍କ ଜେନରେଟ୍ କରିଥାଏ । ଏହାସହିତ ୬-ସ୍ପିଡ୍ ମାନ୍ୟୁଆଲ୍ ଓ ୭-ସ୍ପିଡ୍ CVT ଅଟୋମେଟିକ୍ ଗିୟରବକ୍ସର ବିକଳ୍ପ ମଧ୍ୟ ଦିଆଯାଇଛି ।
Honda Civic
ଆସନ୍ତା ମାସରେ ହୋଣ୍ଡା ନିଜର ଆଉ ଏକ କାର୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଗତବର୍ଷ ଏହି କାର୍ର ପଟ୍ରୋଲ ଭର୍ସନ ଲଞ୍ଚ କରିଥିଲା । କିନ୍ତୁ ଏବେ ଏହି କାର୍ର ଡିଜେଲ୍ ଭ୍ୟାରିଏଣ୍ଟ ଲଞ୍ଚ କରିବା । ଏଥିପାଇଁ ମଧ୍ୟ ପ୍ରି ବୁକିଂ ଆରମ୍ଭ କରିଦେଇଛି । ଆସନ୍ତା ମାସରେ ଏହି କାର୍ର ବିକ୍ରି ଆରମ୍ବ କରିଦିଆଯିବ । Honda Civicର ଡିଜେଲ୍ ଭ୍ୟାରିଏଣ୍ଟସ୍ରେ ୧.୬ଲିଟର i-DTEC ଟର୍ବୋ ଇଞ୍ଜନ ରହିଛି । ଯାହା ୬-ସ୍ପିଡ୍ର ମାନ୍ୟୁଆଲ୍ ଟ୍ରାନ୍ସିମିଶନ ମଧ୍ୟ ରହିଛି ।
MG Hector Plus 6
ହୋଣ୍ଡାର ଦୁଇଟି କାର୍ ବ୍ୟତୀତ MG ର MG Hector Plus 6 ମଧ୍ୟ ଆସନ୍ତା ମାସରେ ଲଞ୍ଚ କରିବ। ଭାରତୀୟ ବଜାରରେ ଏହା ଆସନ୍ତା ମାସରେ ଲଞ୍ଚ କରିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଏନେଇ କମ୍ପାନୀ ନିଜେ ଟ୍ୱିଟର ଜରିଆରେ କହିଛି । କମ୍ପାନୀ ପୂର୍ବରୁ ଏହି କାର୍ MG Hector ନାଁରେ ଲଞ୍ଚ କରିଥିଲା ,କିନ୍ତୁ ଏବେ ଏହାର ଅପଗ୍ରେଡ୍ ଭର୍ସନ MG Hector Plus 6 ନାଁରେ ଲଞ୍ଚ କରିବାକୁ ଯୋଜନା ରଖାଯାଇଛି ।