Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଭାରତରେ ‘କରୋନା’ ଭୟ, ଫ୍ରାନ୍ସ-ଜର୍ମାନୀ-ସ୍ପେନ୍‌ର ଭିସା ଉପରେ ରୋକ

11/03/2020 at 9:09 AM

ନୂଆଦିଲ୍ଲୀ ୧୧।୦୩: ସାରାବିଶ୍ବ ପାଇଁ ଚିନ୍ତା ପାଲଟିଛି କରୋନା । ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ବର ୧୧୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୪୨ଶହ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ପାର ହୋଇସାରିଲାଣି । ବିଭିନ୍ନ ଦେଶ କରୋନାକୁ ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି  । ଭାରତ କରୋନାକୁ ଭୂତାଣୁକୁ ବ୍ୟାପିବା ଆଶଙ୍କାରେ  ୩ଟି ଦେଶର ନାଗରିକଙ୍କ ପ୍ରବେଶ ଉପରେ ଅସ୍ଥାୟୀ ଭାବେ କଟକଣା ଲାଗୁ କରିଛି ।

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତଙ୍କ  ସଂଖ୍ୟା ୫୦ ଛୁଇଁଲାଣି । ତେବେ ଦେଶରେ କିପରି ଅଧିକ ପରିମାଣରେ ଏହି ମାରାତ୍ମକ ଭୂତାଣୁ ନବ୍ୟାପିବ , ସେଥିଲାଗି ସରକାର ଦେଶର ସମସ୍ତ ଏୟାରପୋର୍ଟରେ ବିଦେଶୀରୁ ଆସୁଥିବା ନାଗରିକଙ୍କୁ ସ୍କ୍ରିନିଂ କରାଯାଉଛି । ଭାରତ ଅସ୍ଥାୟୀ ଭାବେ ୩ଟି ଦେଶର ନାଗିରକଙ୍କୁ ଭାରତରେ ପ୍ରବେଶରୁ ଅସ୍ଥାୟୀ ରୋକ ଲଗାଇଛି । ତେବେ ଅସ୍ଥାୟୀ ରୋକ ଲାଗିଥିବା ଦେଶଗୁଡିକ ହେଉଛି, ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍‌ । ଏହି ୩ଟି ଦେଶରୁ ଆସୁଥିବା ନାଗରିକଙ୍କୁ ନିୟମତି ଓ ଇ-ଭିସାକୁ ଅସ୍ଥାୟୀ ଭାବେ ଭାରତ ବାତିଲ କରିଦେଇଛି ।

ମଙ୍ଗଳବାର ଦିନ ଇମିଗ୍ରେସନ ବ୍ୟୁରୋ ତରଫରୁ ଜାରି କରାଯାଇଛି ଏହି ଅଧିସୂଚନା । ଏହି ସୂଚନାରେ ୩ଟି ଦେଶର ନାଗରିକଙ୍କ ଗସ୍ତ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି । ସେହିପରି ଭାରତରେ ଏପର୍ଯ୍ୟନ୍ତ ପ୍ରବେଶ କରିନଥିବା ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍‌ର ନାଗରିକଙ୍କ ଉପରେ ରୋକ ଲାଗିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ମନ୍ତ୍ରାଳୟ ଅନୁଯାୟୀ, ଚୀନ, ଇଟାଲୀ, ଇରାନ, ରିପ୍ଲବିକାନ ଅଫ କୋରିଆ, ଜାପାନ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀ ଯିବାକୁ ଚାହୁଁଥିଲେ, ଏଥିରୁ ନିବୃତ୍ତ ରୁହନ୍ତୁ । ମନ୍ତ୍ରାଳୟ ଲୋକଙ୍କୁ କହିଛି ଯେ,  କରୋନାର ସ୍ଥିତିକୁ ଦେଖି ବିଦେଶକୁ ଅନାବଶ୍ୟକ ଯାତ୍ରାରୁ ଦୂରରେ ରହିବା ଉଚିତ୍ ।  ଦକ୍ଷିଣ କୋରିଆ ଓ ଇଟାଲୀର ନାଗରିକଙ୍କ ପାଇଁ ଭାରତ ପ୍ରବେଶ ଲାଗି କୋଭିଡ-୧୯ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରି ଦିଆଯାଇଛି । 

ତେବେ ଚୀନ୍‌ ପରେ ଇରାନ୍‌ରେ କରୋନା ଭୂତାଣୁ ଧୀରେ ଧୀରେ ମାରାତ୍ମକ ରୂପ ଧାରଣ କରୁଛି । ଇରାନ୍‌ରେ ବର୍ତ୍ତାମାନ ସୁଦ୍ଧା ୨୩୭ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ହେଉଛନ୍ତି ।

   Related Posts