ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ

Published By : Prameya-News7 Bureau | October 28, 2021 IST

ମୁମ୍ବାଇ ୨୮।୧୦: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହାରାଷ୍ଟ୍ରର ଧୁଲେରେ ୭ରୁ ୮ ଗାଡ଼ି ନିଜ ନିଜ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ର ଦେଇ ଯାଇଥିବା ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ ଧୁଲେ ନିକଟରେ ଏହି ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ଗାଡିମାନେ ଭାରସାମ୍ୟ ହରାଇ ନିଜ ନିଜ ମଧ୍ୟରେ ଧକ୍କା ହୋଇଥିଲେ । ଧକ୍କା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଗୁଡିକ ଅନ୍ୟ ଗାଡ଼ି ଉପରେ ଚଢିଯାଇଛି । ତ ଆଉ କେତେକ ଗାଡ଼ି ଭାଙ୍ଗି ରାସ୍ତା କଡ଼ରେ ପଡିଛି ।

ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ଯାଏଁ ଦୁର୍ଘଟଣାସ୍ଥଳରୁ ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଅନେକ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି ।

ସେହିପରି ଦୁର୍ଘଟଣା ପରେ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏପିରିକି ରାସ୍ତାରେ ଅନେକ ଗାଡ଼ି ଅଟକି ରହିଛି । ସ୍ଥାନୀୟ ଲୋକେ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.