Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

26/10/2020 at 11:01 AM

ଲକ୍ଷ୍ମୀପୁର ୨୬।୧୦ : କୋରାପୁଟ ଜିଲ୍ଲା ଲକ୍ଷ୍ମପୁର ବ୍ଲକ ସିଙ୍ଗାରାମ ଷ୍ଟେସନରେ ଅଘଟଣ । ଟ୍ରେନ୍‌ରେ କଟି ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି ।

ଚାରିଆଡ଼େ ଆଜି ପବିତ୍ର ଦଶହରାର ମାହୋଲ ରହିଛି । କିନ୍ତୁ ଏସବୁ ଭିତରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସିଙ୍ଗାରାମ ଷ୍ଟେସ୍‌ନରୁ ଏକ ଦୁଃଖଦ ଖବର ଆସିଛି । ଟ୍ରେନ୍‌ରେ କଟି ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ପରିବାରର ବାପ, ପୁଅ ଓ ଝିଅ ଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ଆତ୍ମହତ୍ୟା ନା ହତ୍ୟା , ତାହା କହିବା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାରେ ପୋଲିସ ତଦନ୍ତ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ସ୍ଥାନୀୟଲୋକ ଯାଉଥିବା ଟ୍ରେନ ଲାଇନ୍‌ରେ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଟ୍ରେନ୍‌ ଲାଇନ୍‌ରେ ମୃତଦେହ ଦେଖି ପୁରା ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଯାଇଥିଲା । ଦେଖୁ ଦେଖୁ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା । ତେବେ ମୃତଦେହ ପଡିଥିବାର ଖବର ତୁରନ୍ତ ପୋଲିସକୁ ଦିଆଯାଇଥିଲା । ତେବେ ମିଳିଥିବା ସୂଚାନୁସାରେ ଲକ୍ଷ୍ମୀପୁର ପୋଲିସ ଖବର ପାଇବାମାତ୍ର ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଘଟଣାରେ ତଦନ୍ତ କଲେ ମୃତ୍ୟୁର କାରଣ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

   Related Posts