ତିନି ବାଇକ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ, ୪ଜଣଙ୍କ ଅବସ୍ଥା ଗୁରୁତର
16/09/2020 at 8:01 AM

ମାଲକାନଗିରି ୧୬।୦୯: ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିନି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ମାଲକାନଗିରି ଜିଲ୍ଲା ମାର୍କାପାଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତ ଦୁଇ ବାଇକ ଆରୋହୀ ମାଛିଆମ ଓ ବାପନପାଲି ଗାଁର ବୋଲି ଜଣାପଡିଛି । ଗୁରୁତର ମାନଙ୍କୁ ଗାଁ ଲୋକେ 108 ଆମ୍ବୁଲାନସ ଯୋଗେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ପଠାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା କିପରି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021