ବସ୍ତିରେ ପଥଚାରୀଙ୍କ ଉପରେ ଚଢିଗଲା ବ୍ରେକ୍‌ଲେସ୍‌ ଟ୍ରକ, ୩ ମୃତ

Published By : Prameya-News7 Bureau | September 03, 2020 IST

ଲକ୍ଷ୍ନୌ ୦୩।୦୯: ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ କାମ୍‌ କରି ଫେରୁଥିବା ସମୟରେ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ  ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ପୋଲିସ ସୂଚନାନୁସାରେ, ବସ୍ତି ଜିଲ୍ଲାର କିଛି ଲୋକ ନିକଟରେ କାମ କରି ଫେରୁଥିବା ବେଳେ ଅନିୟନ୍ତ୍ରିତ ହୋଇ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ କି ପାଞ୍ଚ ଜଣ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦୁର୍ଘଟଣା ଦ୍ୱାରା ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅନ୍ୟ ୨ଜଣଙ୍କ ଚିକିତ୍ସା ଜାରି ରହିଛି । ତେବେ ମୃତାହତଙ୍କ ପରିଚୟ ହସ୍ତଗତ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.