ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା କାର୍, ୩ ମୃତ

Published By : Prameya-News7 Bureau | October 17, 2020 IST

କଟକ ୧୭।୧୦: କଟକ ପ୍ରତାପନଗରୀ ନିକଟରେ ଅଘଟଣ । ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା କାର୍‌ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

{"id":345761,"sizeSlug":"large"}

ଖବର ଅନୁଯାୟୀ, କଟକରୁ ଭୁବନେଶ୍ୱର ଯାଉଥିବା କାର୍‌ । କଟକ ପ୍ରତାପନଗରୀ ନିକଟରେ ଥିବା ଏକ କେନାଲକୁ ଭାରସାମ୍ୟ ହରାଇ କାର୍‌ଟି ଖସିଯାଇଛି । କାର୍‌ ଭିତରେ ଥିବା ସମସ୍ତଙ୍କୁ ଗୁରୁତର ଭାବେ ପ୍ରଥମେ ଉଦ୍ଧାର କରାଯାଇଥିଲା । ପରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

{"id":345763,"sizeSlug":"large"}

କିନ୍ତୁ ଡାକ୍ତର ସେଠାରେ ସେମାମଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ରହିଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କାରଟି ଜଗତପୁର ଅଞ୍ଚଳର ବୋଲି ସୂଚନା ରହିଛି  । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.