ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ

Published By : Prameya-News7 Bureau | November 27, 2021 IST

ଟାଙ୍ଗୀ ୨୭।୧୧: ତାରିଣୀ ଦର୍ଶନ ପାଲଟିଲା ଶେଷ ଦର୍ଶନ । ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଗୁରୁତର ହୋଇଛନ୍ତି । ମୃତକ ଗଙ୍ଗାଧର ମହାରଣା, ଇ.ଲୋଇଦାସ, ପ୍ରମିଳା ବେହେରା ହୋଇଥିବା ବେଳେ ଗୁରୁତର ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଭରବ୍ରିଜ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦ଜଣ ବ୍ୟକ୍ତି ଏକ ବସ୍‌ ଯୋଗେ ତୀର୍ଥ ଭ୍ରମଣରେ ବାହାରି ଘଟଗାଁ ତାରିଣୀ ପୀଠରୁ ବୁଲି ଘରକୁ ଫେରୁଥିଲେ । ତେବେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଖୋର୍ଦ୍ଧା ବାଲୁଗାଁ ଓଭରବ୍ରିଜ୍‌ ନିକଟରେ ଯାତ୍ରୀ ବାହୀ ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ବସ୍‌ଟି  ଅଟକି ରହି ଯାତ୍ରୀ ମାନେ ପରିସ୍ରା କରିବା ବେଳେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା । ଯାହାଦ୍ୱାରା ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତେବେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୋଟ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ବ୍ୟକ୍ତିଙ୍କ ମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.