ଭୁଶୁଡିଲା କାନ୍ଥ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

Published By : Prameya-News7 Bureau | April 17, 2021 IST

ଠାଣେ ୧୭।୦୪: ବିଜୁଳି କାରଖାନାରେ ଅଘଟଣ । କାନ୍ଥ ଭୁଶୁଡି ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ କିଛି ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଖବର ଅନୁଯାୟୀ, ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଥିବା ବିଜୁଳି କାରଖାନାରେ ନିର୍ମାଣ କାର୍ଯ୍ୟ ଚାଲୁଥାଏ । ଠିକ୍‌ ଏହି ସମୟରେ କାନ୍ଥ ଭୁଶୁଡି ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଏହି ଅଘଟଣରେ ଅନ୍ୟ ୪ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ । ତେବେ କେଉଁ କାରଣରୁ ଏପରି ଅଘଟଣ ଘଟିଲା । ତାହାର ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.