Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଦ୍ୟୁତ ଆଘାତରେ ଗୋଟିଏ ପରିବାର ୩ ମୃତ, ରାସ୍ତାଠୁ ୩ ଫୁଟ୍‌ ଉଚ୍ଚରେ ଝୁଲୁଥିଲା ତାର

25/10/2021 at 1:10 PM

ଭୋପାଳ ୨୫।୧୦: ବିଦ୍ୟୁତ ବିଭାଗର ଚରମ ଅବହେଳା । ଯେଉଁଥି ଲାଗି ଅକାରଣରେ ଚାଲିଗଲା ୩ ଜୀବନ । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ତାଙ୍କର ୪ ବର୍ଷର ଝିଅ ରହିଛି । ସେମାନଙ୍କ ଘର ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭିଣ୍ଡ ଜିଲ୍ଲାର ଅମନ କା ପୁରା ଓ କୋକ୍‌ ସିଂହ  ଗାଁ ମଧ୍ୟରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ଯାଇଛି । ଯାହା ମାଟି ଠାରୁ ୩ ରୁ ୪ ଫୁଟ୍‌ ଉଚ୍ଚରେ ରହିଛି । ରାସ୍ତାକଡ଼ରେ ଏପରି ଝୁଲି ରହୁଥିବାରୁ ଅଘଟଣର ଆଶଙ୍କା  ରହିଥିଲେ । ରବିବାର ରାତି ସମୟରେ ଭିଣ୍ଡର ସର୍କିଟ ହାଉସ୍‌ ନିକଟରେ ରହୁଥିବା ଶ୍ୟାମ୍‌ ସିଂହ ନିଜ ସ୍ତ୍ରୀ-ଛୁଆ ଓ ପରିବାରକୁ ନେଇ ପାଖ ଗାଁକୁ  ଶଗଡ ଗାଡ଼ିରେ ଯାଉଥିଲେ । ଗାଡ଼ିରେ କିଛି ଲୁହାର ପାଇପ  ମଧ୍ୟ ଲଦା ହୋଇଥିଲା ।

ତେବେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଗାଡ଼ିରେ ଥିବା ଲୁହା ପାଇପ ଗୁଡିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଏହାଦ୍ୱାରା ପୁରା ଶଗଡ଼ ଗାଡ଼ିରେ ବିଦ୍ୟୁତ ଝଟ୍‌କା ଲାଗିଥିଲା । ଯାହାଫଳରେ କି ଗାଡ଼ିରେ ଥିବା ଶ୍ୟାମ୍‌ ସିଂହ, ତାଙ୍କ ସ୍ତ୍ରୀ ଓ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ସେପଟେ ଗାଡ଼ିରେ ଥିବା  ତାଙ୍କ ମାଆ ଓ ଆଉ ଜଣେ ସଂପର୍କୀୟ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଘଟଣ ସଂପର୍କରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରୁ ଛାନ୍‌ଭିନ୍‌ ଜାରି ରଖିଛି

   Related Posts