ବଜ୍ରାଘାତ ହେଲା କାଳ, ଏକାସାଙ୍ଗେ ଚାଲିଗଲା ୩ ଜୀବନ

Published By : Prameya-News7 Bureau | May 22, 2021 IST

ଘଟଗାଁ ୨୨।୦୫: ବଜ୍ରାଘାତରେ ଚାଲିଗଲା ୩ ଜୀବନ। ଆଖିପିଛୁଲାକେ ଚାଲିଗଲା ୩ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ୭ବର୍ଷର ଶିଶୁ କନ୍ୟା ଥିବା ବେଳେ ୨ଜଣ ମହିଳା ଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟରେ ଘଟିଛି ଘଟଣା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ।

ଖବର ଅନୁଯାୟୀ, କିଛି ଲୋକ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସି ଢେଙ୍କିକୋଟ ନିକଟରେ ଫେରିକାମ କରନ୍ତି । ସମସ୍ତ ଢେଙ୍କିକୋଟ ପାତ୍ରସାହିର ନିକଟବର୍ତ୍ତି ଏକ ପଡିଆରେ ତମ୍ବୁ ଟାଣି ରୁହନ୍ତି । ଶୁକ୍ରବାର ଦିନ ଅପରହାହ୍ନ ସମୟରେ ହଠାତ୍‌ ବଜ୍ରାଘାତ ହେବାରୁ ୩ଜଣଙ୍କ ଜୀବନ ଚାଲିଯାଇଛି । ମୃତକମାନେ ହେଲେ ଅଶ୍ୱିନୀ ମୁଣ୍ଡା, ରାମ କେଲି, ଡିଲୁଭା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.