କାର୍‌କୁ ଜୋରଦାର୍‌ ଧକ୍କା ଦେଲା ପାଣି ଟ୍ୟାଙ୍କର, ୪ମାସର ଶିଶୁ ସମେତ ଚାଲିଗଲା ୩ ଜୀବନ

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦।୦୭: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାଣି ଟ୍ୟାଙ୍କର ଓ କାର୍‌ ମଧ୍ୟରେ ଦୁର୍ଘଟଣାରେ ଚାଲିଯାଇଛି ୩ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଜଣେ ୪ ମାସରେ ଶିଶୁ ରହିଛି । ନୂଆଦିଲ୍ଲୀର ଜଫରପୁର ଅଞ୍ଚଳରେ ଘଟିଯାଇଛି ଏହି ଭୟାନକ ଦୁର୍ଘଟଣା।  

ଖବର ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଜାଫରପୁରରେ  ଏକ ପାଣି ଟ୍ୟାଙ୍କର କାର୍‌କୁ ଜୋରଦାର ଧକ୍କା ଦେଇଥିଲା । କାର୍‌ଟି ନାନଗୋଇ ଅଞ୍ଚଳରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି । ଏହି ଦୁର୍ଘଟଣା ଲାଗି କାର୍‌ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଠଛି ଦୁର୍ଘଟଣା ପରେ ପୋଲିସ ମୃତକଙ୍କ ପରିଚୟ ଜାରି କରିଛି । ମୃତକଙ୍କ ମଧ୍ୟରେ ଜଣେ ୪ମାସର ଶିଶୁ (ନିକୁ) ରହିଥିବାର ସୂଚନା ମିଳିଛି ।

ସେହିପରି ଅନ୍ୟ ମୃତକଙ୍କ ନାମ  ପରମଜୀତ ସିଂହ, ସନ୍ନି ବୋଲି ଜଣାପଡିଛି । ତେବେ ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଉଭୟ ପରମଜୀତ ଓ ସନ୍ନିଙ୍କ ପତ୍ନୀ ବୋଲି ସୂଚନା ରହିଛି । ଦିଲ୍ଲୀର  ନଜଫଗଡ଼ରୁ ଏକ ଧାର୍ମିକ ସଭାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣା ପରେ ପାଣି ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । ଯାହାକୁ ଏବେ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.