ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍ : ୩ ମୃତ, ଜଣେ ଗୁରୁତର

Published By : Prameya-News7 Bureau | March 03, 2021 IST

ସମ୍ବଲପୁର ୩।୩: ଅଜଣା ଟ୍ରକ୍ ଧକ୍କାରେ ୩ ମୃତ । ଜଣେ ଗୁରୁତର । ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତାହତ ସମସ୍ତେ ସମ୍ବଲପୁର ହୀରାକୁଦ ସନ୍ତୋଷୀ ଛକ ଅଂଚଳର ବୋଲି ଜଣାପଡିଛି । ଏମାନେ ସମସ୍ତେ ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ଯାଉଥିଲେ । ଦୁଇଟି ବାଇକ ଲାଗି ଲାଗି ଯାଉଥିବାରୁ ଭାରସାମ୍ୟ ହରାଇ ବାଇକ୍ ପଡିଯାଇଥିଲା । ଫଳରେ ତାଙ୍କ ଉପରେ ଏକ ଅଜଣା ଟ୍ରକ୍ ଚଢିଯାଇଥିଲା । ତେବେ ଆମ୍ବୁଲାନ୍ସ ଯୋଗେ ବୁର୍ଲାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.