ସ୍କୁଟି ଉପରେ ଚଢିଗଲା ଟ୍ରେଲର, ଚାଲିଗଲା ୩ ଜଣଙ୍କ ଜୀବନ : ଦୁଇ ଘଣ୍ଟା ପରେ ଚକ ତଳୁ ଉଦ୍ଧାର

Published By : Prameya-News7 Bureau | October 20, 2020 IST

କରଞ୍ଜିଆ ୨୦।୧୦: ସ୍କୁଟି ଅରୋହୀଙ୍କ ଉପରେ ଚଢ଼ିଗଲା ଟ୍ରେଲର । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତରଙ୍କୁ କରଞ୍ଜିଆ ମେଡିକାଲ ନେବା ବେଳେ ମୃତ୍ୟୁ ଘଟିଛି । ଦୀର୍ଘ ୨ ଘଣ୍ଟା ପରେ ଟ୍ରଲର ଚକ ତଳେ ଚାପି ହୋଇ ରହିଥିବା ୩ ଜଣ ସ୍କୁଟି ଅରୋହୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ।

୪୯ ନମ୍ବର ଜାତୀୟ ରାଜପଥ ଫୁଲଗୁନ୍ଥା ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଜାତୀୟ ରାଜପଥ ଅବରୋଧ ।  ଘଟଣାସ୍ଥଳରେ ରରୁଆଁ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.