ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୩ ମୃତ, ଜଣେ ଗୁରୁତର

Published By : Prameya-News7 Bureau | February 27, 2020 IST

କଳାହାଣ୍ଡି ୨୭।୨: କଳାହାଣ୍ଡିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୬ ନମ୍ବର ରାଜ୍ୟ ରାଜପଥ ମଦନପୁର ରାମପୁର ଫାପସି ଛକ ନିକଟରେ ଦୁର୍ଘଟଣା ହୋଇଛି ।

{"id":229751,"sizeSlug":"large"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ୬ ନମ୍ବର ରାଜ୍ୟ ରାଜପଥ ମଦନପୁର ରାମପୁର ଫାପସି ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକରେ ୫ଜଣ ଜଣ ରହିଥିଲେ ।

{"id":229753,"sizeSlug":"large"}

ଦୁଇ ବାଇକ୍ ଚାଳକ ହେଲମେଟ୍ ପିନ୍ଧି ଥିବା ଯୋଗୁଁ ବର୍ତ୍ତି ଯାଇଥିବା ବେଳେ ତିନି ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତକ ହେଲେ ମଦନପୁର ରାମପୁରର ସନ୍ତୋଷ ଡାକୁଆ, କର୍ଲାମୁଣ୍ଡାର ପ୍ରସନ୍ନ ମାଝୀ ଓ ସାଲେପଡାର ଆକାଶ ମାଝୀ । ଜଣେ ଗୁରୁତର ମଦନପୁର ରାମପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିବାହ ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.