Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବଣୁଆ ଦନ୍ତା ଆତଙ୍କ : ହାତୀ ଆକ୍ରମଣରେ ୩ ମୃତ, ୩ ଆହତ

23/02/2020 at 11:35 AM

ଡେଲାଙ୍ଗ ।୨: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ର ବଳଙ୍ଗା ଥାନା ଅଞ୍ଚଳରେ ବଣୁଆ ଦନ୍ତା ହାତୀ ଆତଙ୍କ । ହାତୀ ଆକ୍ରମଣରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ମୃତକମାନେ ହେଉଛନ୍ତି ସ୍ଥାନୀୟ ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷ ବୟସ୍କ ମକର ପଲେଇ, ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ୬୦ ବର୍ଷ ବୟସ୍କ ଯୁଗଳକିଶୋର ଭଟ୍ଟ ଏବଂ ରାଜତଇ ଗାଁର ୪୦ ବର୍ଷ ବୟସ୍କ ଚୈତନ୍ୟ ସାହୁ ।

ରବିବାର ସକାଳେ ମକର ତାଙ୍କ ବିଲରେ କାମ କରୁଥିବା ବେଳେ ଅଚାନକ ଦନ୍ତା ହାତୀ ତାଙ୍କୁ କଚାଡ଼ି ମାରି ପକାଇଥିଲା । ସେହିପରି ରାଜତଇ ଗାଁ’ର ଚୈତନ୍ୟ ମଧ୍ୟ ସକାଳୁ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡରେ ପଡି ପ୍ରାଣ ହରାଇଥିଲେ। ପରେ ପରେ ଦନ୍ତାହାତୀ ଭାର୍ଗବୀ ନଦୀ ପାର ହୋଇ ଆରପାରିରେ ପହଞ୍ଚିଥିଲା । ଏବେ ହାତୀଟି ରଡତି ଅଞ୍ଚଳରେ ରହିଛି।

ଗତକାଲି ରାତିରେ ଦନ୍ତାହାତୀ ଡେଲାଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିଲା । ରାତାରାତି ସେ ଡେଲାଙ୍ଗ ଅତିକ୍ରମ କରି ପିପିଲିକୁ ଚାଲି ଆସି ସକାଳୁ ଉତ୍ପାତ ଆରମ୍ଭ କରିଛି । ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ହାତୀ ଘଉଡାଇବା ପାଇଁ ଉଦ୍ୟମ ଚାଲିଛି ।

   Related Posts