ଭୁବନେଶ୍ବର ଏସଡିଜେଏମଙ୍କ ଅଦାଲତରେ ଅଭିଜିତଙ୍କ ବିରୋଧରେ ଦାୟର ହେଲା ସାନି ମାମଲା, ଆରତୀ ସିଂ ଓ ବୈଜୟନ୍ତଙ୍କୁ କରାଗଲା ପକ୍ଷଭୁକ୍ତ

Published By : Prameya-News7 Bureau | September 20, 2018 IST

ଭୁବନେଶ୍ବର ୨୦|୯: ଅଭିଜିତଙ୍କୁ ଦିଲ୍ଲୀର ସକେତ କୋର୍ଟ ସର୍ତ୍ତମୂଳକ ଜାମି ପ୍ରଦାନ କରିଥିବା ବେଳେ ତାଙ୍କ ବିରୋଧରେ ଭୁବନେଶ୍ବର ଏସଡିଜେମଙ୍କ ଅଦାଲତରେ ପୁଣି ଏକ ମାମଲା ଦାୟର ହୋଇଛି । ଆଇନଜୀବୀ ଲଲାଟେନ୍ଦୁ ଦାସ ଦାୟର କରିଥିବା ଏହି ମାମଲାରେ ଆରତୀ ସିଂ ଏବଂ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେହିଭଳି କୋଣାର୍କ ଏବଂ ସହିଦନଗର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ ଶେଷରେ ଆଜି ବନ୍ଧା ହହୋଇଥିଲେ ବୈଜୟନ୍ତଙ୍କ ବନ୍ଧୁ । ଓଡ଼ିଶାର ସଂସ୍କୃତି ଓ ଇତିହାସ ଉପରେ ବିଦ୍ରୁପାତ୍ମକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର୍ ମିତ୍ର ଗିରଫ ହୋଇଥିଲେ । ଓଡ଼ିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଦିଲ୍ଲୀରେ ତାଙ୍କୁ ଗିରଫ କରି ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଚାହିଁଥିଲା । କିନ୍ତୁ କୋର୍ଟ, ତାଙ୍କୁ ଆସନ୍ତା ୨୮ ତାରିଖ ଯାଏଁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ୨୮ ତାରିଖରେ କୋଣାର୍କ କୋର୍ଟରେ ହାଜର ହେବାକୁ ଅଭିଜିତଙ୍କୁ କୁହାଯାଇଛି । ସେପଟେ ଅଭିଜିତଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଥିବା ବେଳେ ସେ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ତଦନ୍ତ କରିବାକୁ ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି । ମହଙ୍ଗା ପଡ଼ିଲା ଓଡ଼ିଆଙ୍କ ସଂସ୍କୃତି ଓ ଇତିହାସକୁ ବିଦ୍ରୁପ କରିବା । ଶେଷରେ ବନ୍ଧା ହେଲେ ବୈଜୟନ୍ତଙ୍କ ଅଣ ଓଡ଼ିଆ ବନ୍ଧୁ ଅଭିଜିତ ଆୟାର୍ ମିତ୍ର । ଦିଲ୍ଲୀ ପୋଲିସ୍ ସହାୟତାରେ ଓଡ଼ିଶା ପୋଲିସର ଏକ ଟିମ୍ ନିଜାମୁଦ୍ଦିନ୍ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା । ପରେ ସକେତ୍ କୋର୍ଟରେ ହାଜର କରାଇ ଟ୍ରାନଜିଟ୍ ରିମାଣ୍ଡ ଆବେଦନ କରିଥିଲା । କିନ୍ତୁ କୋର୍ଟ, ଅଭିଜିତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଆସନ୍ତା ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ ଦିଲ୍ଲୀର ସାକେତ୍ କୋର୍ଟ, ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବହିଷ୍କୃତ ବିଜେଡି ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦଙ୍କ ସହ ଚିଲିକା, ପୁରୀ ଓ କୋଣାର୍କର ନିଷିଦ୍ଧାଞ୍ଚଳରେ ହେଲିକପ୍ଟରରେ ଉଡ଼ି, ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ବିଦ୍ରୁପ କରିଥିଲେ ଅଭିଜିତ । ଏପରିକି ଓଡ଼ିଶାର ବିଧାୟକଙ୍କୁ ବୁଦ୍ଦୁ କହିବା ସହ ସାମ୍ବାଦିକଙ୍କୁ ମଧ୍ୟ ଅପମାନ କରିବାକୁ ପଛାଇ ନଥିଲେ ଅଭିଜିତ ଆୟାର୍ ମିତ୍ର । ଯାହାକୁ ନେଇ ତାଙ୍କ ବିରୋଧରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା । ଅଭଦ୍ରାମିର ସୀମା ଟପୁଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସାମ୍ବାଦିକମାନେ । ସବୁ ରାଜନୈତିକ ଦଳ ମଧ୍ୟ ବିଧାନସଭାରେ ତାଙ୍କ ଗିରଫଦାରୀ ଦାବି କରିଥିଲେ । ଯେଉଁଥି ପାଇଁ ସର୍ବଦଳୀୟ ବୈଠକ ଡକାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି । ଘଟଣାର ତଦନ୍ତ କରି ଆସନ୍ତା ଅଧିବେଶନର ପ୍ରଥମ ଦିନରେ ରିପୋର୍ଟ ଦେବାକୁ ବିଧାନସଭା ଗୃହ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ମୌଳିକ ଅଧିକାର ଓ ବାକ୍ ସ୍ବାଧୀନତାର ଦ୍ବାହି ଦେଇ ଓଡ଼ିଶାର ସଂସ୍କୃତି, ଇତିହାସ ଏପରିକି ଓଡ଼ିଆଙ୍କ ମାନସିକତାକୁ ବିଦ୍ରୁପ ପରେ ବିଦ୍ରୁପ କରି ଚାଲିଛନ୍ତି ଅଭିଜିତ ଆୟାର୍ ମିତ୍ର । ତାଙ୍କ ଅଭଦ୍ରୋଚିତ ଆଚରଣକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ତୀବ୍ର ହୋଇଥିଲେ ମଧ୍ୟ ସେ ଅନୁତାପ କିମ୍ବା ଅନୁଶୋଚନା କରିନାହାନ୍ତି । ଏବେ କିନ୍ତୁ ସେ ଆଇନର ପଞ୍ଝାକୁ ଆସିଛନ୍ତି । ତେଣୁ ତାଙ୍କ ବିରୋଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.