Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୩ ମୋବାଇଲ୍ ଲୁଟେରା ଗିରଫ, ଜବତ ହେଲା ଚୋରି ସାମଗ୍ରୀ

5/07/2021 at 5:09 PM

ସାନଖେମୁଣ୍ଡି ୫।୭: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଡେଙ୍ଗାଉତ୍ସା ମୋବାଇଲ୍ ଦୋକାନରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ୩ ଜଣ ମୋବାଇଲ ଚୋରକୁ ଗିରଫ କରିଛି ପୋଲିସ । ଗିରଫ ଚୋରଙ୍କଠାରୁ ୨୯ଟି ମୋବାଇଲ, ୨ଟି ବ୍ଲୁ ଟୁଥ୍ ଆଦି ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୩୧ ତାରିଖରେ ଡେଙ୍ଗାଉତ୍ସା ସ୍ଥିତ ସନ୍ତୋଷ ମୋବାଇଲ ଷ୍ଟୋରରୁ ଚୋରି ହୋଇଥିଲା । ପରେ ଦୋକାନ ମାଲିକ ସନ୍ତୋଷ ବିଶୋୟୀ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ପୋଲିସ କେସ୍ ନଂ ୨୧/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।  ସୋମବାର ପୋଲିସ କଂସମାରି ଗ୍ରାମର ଏସ ଟୁନା ଦୋରା, ସନ୍ତୋଷ ଦୋରା, ବନଜା ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆସିକା ଏସଡିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଚୋରଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି ।

   Related Posts