Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଯାଇଥିଲେ ବୁଲିବାକୁ, କିନ୍ତୁ ବାଟ ଭୁଲିଗଲେ ଜଙ୍ଗଲ ଭିତରେ : ୩ ଘଣ୍ଟା ପରେ ସମସ୍ତେ ଉଦ୍ଧାର

18/05/2020 at 7:27 AM

ନୟାଗଡ ୧୮।୦୫: ପାହାଡକୁ ବୁଲିବାକୁ ଯାଇ ଅନ୍ଧାର ରାତିରେ ଫସିଲେ ଦୁଇ ନାବାଳକ ଏବଂ ଜଣେ ଯୁକ୍ତ ତିନି ଛାତ୍ର । ଦୀର୍ଘ ସମୟର ମିଳିତ ଅପରେସନ୍ ପରେ ଉଦ୍ଧାର କଲେ ବନବିଭାଗ, ଦମକଳ ଏବଂ ପୁଲିସ ବାହିନୀ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡରେ ।

ନୟାଗଡର ପଶ୍ଚିମ ଦିଗରେ ରହିଛି ରୁଖି ପାହାଡ । ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ପାହାଡର ଉପରକୁ ଯିବା କଷ୍ଟ ସାଧ୍ୟ । ତେବେ ରବିବାର ଅପରାହ୍ନରେ ଦୁଇଜଣ ନବମ ଏବଂ ଜଣେ ଯୁକ୍ତ ତିନି ଛାତ୍ର ଏଭଳି ଏକ ଦୁସାହସିକ କାର୍ଯ୍ୟ କରିବସିଥିଲେ । ସହରର କଲେଜ ରୋଡରେ ଥିବା ମାର୍ଥା କଲୋନୀର ଏହି ତିନି ଛାତ୍ର ଖେଳୁଥିବା ବେଳେ ପରସ୍ପର କଥାବାର୍ତ୍ତା ହୋଇ ପାହାଡ ଉପରକୁ ଚଢିଥିଲେ ।

ତେବେ ସନ୍ଧ୍ୟା ପୂର୍ବରୁ ଫେରିନପାରି ରାସ୍ତା ନପାଇ ପାହାଡରେ ରହିଯାଇଥିଲେ । ରାତି ବଢିବାରୁ ଜଣେ ପାଖରେ ଥିବା ମୋବାଇଲ୍ ରୁ ଘରକୁ ଫୋନ୍ କରି ଏହି ସମ୍ପର୍କରେ ଜଣାଇଥିଲେ । ପରବର୍ତ୍ତୀ ସମୟରେ ମୋବାଇଲରେ ଚାର୍ଜ ନଥିବାରୁ ମୋବାଇଲ ସୁଇଚ୍ ଅପ୍ ହୋଇଯାଇଥିଲା ।

ରାତି ପ୍ରାୟ ୮ଟା ସମୟରେ ପରିବାର ଲୋକଙ୍କ ଠାରୁ ଖବରପାଇ ଟାଉନ୍ ଥାନା ପୋଲିସ ଦମକଳ କର୍ମଚାରୀ ଏବଂ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ପିଲାମାନଙ୍କୁ ଖୋଜିବା ଅପରେସନ ଆରମ୍ଭ କରିଥିଲା । ଘଞ୍ଚ ଜଙ୍ଗଲରେ ଦୀର୍ଘ ୩ଘଣ୍ଟାର ଅପରେସନ୍ ପରେ ରାତି ପ୍ରାୟ ୧୧ଟା ସମୟରେ ତିନିଜଣଙ୍କୁ ଉଦ୍ଧାର କରାଯାଇଛି ।

   Related Posts