Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

27/10/2020 at 9:52 AM

ଲମତାପୁଟ ୨୭।୧୦: କୋରାପୁଟ ଜିଲ୍ଲା ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ । ପାଡୁଆ ଗ୍ରାମର ୫ ଯୁବକ ଏକ ମାଛ ଧାରା ଡଙ୍ଗା ନେଇ ଜଲାପୁଟ ଜଳ ଭଣ୍ଡାର ଦେଇ ରାମତା ଗ୍ରାମକୁ ଯାଉଥିଲେ । ସେହି ସମୟରେ ଜଳ ଭଣ୍ଡାର ମଝିରେ ଡାଙ୍ଗଟି ବୁଡି ଯାଇଥିଲା । ମୋନଜ ହନ୍ତାଳ ଏବଂ ଅଭୟ ହନ୍ତାଳ ଦୁଇ ଜଣ ପହଁରି ପହଁରି କୂଳକୁ ଫେରି ଆସିଥିବା ବେଳେ ତିନି ଜଣ ସାଙ୍ଗ ବୁଡି ନିଖୋଜ ହୋଇଯାଇଥିଲେ । ନିଖୋଜ ତିନି ଜଣ ପ୍ରଶାନ୍ତ ଖରା, ମୋନୋଜ ହନ୍ତାଳ ଏବଂ ଚିତ ଖିଲ ।

ଘଟଣା ରବିବାର ଠାରୁ ଘଟିଥିଲେ ମଧ୍ୟ କାହାରିକୁ ଏହି ଦୁଇ ସାଙ୍ଗ ଭୟରେ ଜଣାଇନଥିଲେ । ୩ ଯୁବକ ଘରକୁ ଫେରି ନଥିବାରୁ ପରିବାରବର୍ଗ ସୋମବାର ଦିନ ଖୋଜା ଖୋଜି କରିଥିଲେ । ପରିବାରଲୋକ ଯୁବକମାନଙ୍କ ସାଙ୍ଗମାନଙ୍କୁ ପଚରା ଉଚରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ପାଡୁଆ ପୋଲିସକୁ ଖବର ଦେବା ପରେ ସୋମବାର ରାତି ୮ଟାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ଓଡ୍ରାଫ ଟିମ୍ ଆସି ଜଳ ଭଣ୍ଡାରରେ ନିଖୋଜ ଥିବା ଯୁବକଙ୍କୁ ଖୋଜିବ ବୋଲି ସୂଚନା ମିଳିଛି ।

   Related Posts