ଡକାୟତି ଉଦ୍ୟମ ପଣ୍ଡ, ୩ ଦୁର୍ବୃତ୍ତ ଗିରଫ

Published By : Prameya-News7 Bureau | August 28, 2019 IST

ସୁବର୍ଣ୍ଣପୁର ୨୮୮:  ଡକାୟତି ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହେଲା ସୁବର୍ଣ୍ଣପୁର ପୋଲିସ । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ୫ ଜଣ ଦୁର୍ବୃତ୍ତଙ୍କୁ କଳାପଥର ଛକରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ପଚରାଉଚୁରା କରିଥିଲା । ଶେଷରେ ସେମାନେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିପାରିଥିଲା ।

{"id":149928}

ପୋଲିସ ଦୁର୍ବୃତ୍ତଙ୍କୁ ଗୋଡାଇ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ଭୂଜାଲି, ଗୋଟିଏ ଅଫୁଟା ଗୁଳି, ମୋବାଇଲ ଓ ୨୨୭୫ ଟଙ୍କା ଜବତ କରିଛି । ସେମାନେ ସହରର କୌଣସି ଏକ ସ୍ଥାନରୁ ଡକାୟତି କରିବା ପାଇଁ ଆସିଥିବା ପୋଲିସ ତଦନ୍ତରୁ ଜାଣିପଡିଛି ।

{"id":149929}

ଗିରଫ ଦୁର୍ବୃତ୍ତମାନେ ମଧ୍ୟପ୍ରଦେଶର ଜେବ୍ରା ଥାନା ଅଧିନସ୍ଥ ସଂଗ୍ରାମପୁର ଗାଁର ୨୦ ବର୍ଷୀୟ ସଞ୍ଜୟ ବସୁର, ୨୨ ବର୍ଷୀୟ ସୁରଜ ବସୁର ଓ ୨୫ ବର୍ଷୀୟ ଛତୁ ଚମାର ବୋଲି ଜଣାପଡିଛି । ଆଜି ପୋଲିସ ଦୁର୍ବୃତ୍ତମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.