Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗାଈ ଚରାଇବା ବେଳେ ଅଘଟଣ : ବଜ୍ରପାତରେ ଚାଲିଗଲା ୨ ନାବାଳକ ଓ ଜଣେ ନାବାଳିକାଙ୍କ ଜୀବନ

13/07/2021 at 5:27 PM

ବାରିପଦା ୧୩।୭: ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୂଆଶୋଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦିନ ଦ୍ବିପ୍ରହରରେ ବିଲରେ ଛେଳି ଚରାଉଥିବା ବେଳେ ବଜ୍ରପାତରେ ଚାଲିଗଲା ଦୁଇ ନାବାଳକ ଓ ଜଣେ ନାବାଳିକାଙ୍କ ଜୀବନ। ତିନି ମୃତକ ହେଲେ ଗୋଟିଏ ପରିବାରର ।  

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଘରୁ ଗାଈ, ଛେଳି ଚରାଇବାକୁ ପଡ଼ିଆକୁ ଯାଇଥିବା ବେଳେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ସମୟରେ ପଡ଼ିଆରେ ଥିବା ଚାରି ଜଣ ନାବାଳକଙ୍କ ମଧ୍ୟରୁ ଘଟଣା ସ୍ଥଳରେ ତିନି ଜଣଙ୍କର ଚେତା ପଳାଇଥିବା ଜାଣି ଚତୁର୍ଥ ନାବାଳକ ଜଣଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କୁ ଖବର ଜଣାଇଥିଲେ।  ପରିବାରଲୋକ ପହଞ୍ଚି ବାରିପଦାର ପିଆରଏମ୍ ହସ୍ପିଟାଲକୁ ଆଣିବା ପରେ ଡାକ୍ତର ସମସ୍ତ ୩ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ।  ମୃତକମାନେ ହେଲେ ସେହି ଅଞ୍ଚଳର କାଳୁଚରଣ ନାଏକଙ୍କ ପୁଅ ବାବଲୁ ନାଏକ (୧୬), ଜଗନ୍ନାଥ ନାଏକଙ୍କ ଝିଅ ବର୍ଷା ନାଏକ (୧୨) ଓ ରାଧାକାନ୍ତ ନାଏକଙ୍କ ପୁଅ ସୁଜିତ ନାଏକ (୧୪) ବୋଲି ଜଣାପଡିଛି । ଗୋଟିଏ ପରିବାରର ତିନି ନାବାଳକଙ୍କ ମୃତ୍ୟୁରେ ପୁରା ଗାଁ ଶୋକର ଛାୟା ଖେଳିଯାଇଛି । ସରକାରଙ୍କ ଆର୍ଥିକ ସହାୟତା ପରିବାରଙ୍କୁ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ମୃତକର ପରିବାର ଲୋକେ।

   Related Posts