ଲମତାପୁଟ ୧।୯: ପୋଖରୀରେ ବୁଡି ନାବାଳିକାଙ୍କ ସଲିଳ ସମାଧି । କୋରାପୁଟ ଲମତାପୁଟ ବ୍ଲକ୍ ଦେବହଞ୍ଜଣାରେ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡିଯାଇଥିଲେ ୩ ନାବାଳିକା । ଦୀର୍ଘ ସମୟରେ ଧରି ଖୋଜାଖୋଜି କରିବା ପରେ ଅଗ୍ନିଶମ କର୍ମଚାରୀ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ।
ସୂଚନା ଅନୁସାରେ, ଦେବହଞ୍ଜଣା ଗାଁର ୩ ଜଣ ନାବାଳିକା ପିଜୁଳି ତୋଳିବାକୁ ଗାଁ ନିଟକ ପୋଖରୀ ନିକଟକୁ ଯାଇଥିଲେ । ସେଠାରେ ସେମାନେ ପୋଖରୀରେ ଗାଧୋଇଥିଲେ । ଗାଧାଉଥିବା ବେଳେ ତିନି ଜଣ ପାଣିରେ ବୁଡି ଯାଇଥିଲେ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତକ ହେଲେ ୧୨ ବର୍ଷର ନାବାଳିକା ପୂଜା ତାମିଲି, ୧୩ ବର୍ଷର ନାବାଳିକା ନିକିତା ଦଳପତି ଏବଂ ୧୪ ବର୍ଷର ନାବାଳିକା ସନ୍ତୋଷୀ ପତ୍ରୀ । ଅଗ୍ନିଶମ କର୍ମଚାରୀ ପହଞ୍ଚି ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି । ନନ୍ଦପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।