ବାଃ ବାଃରେ ରାଜନୀତି: ଗୋଟିଏ ପରିବାରର ୩ ସଦସ୍ୟ ୩ ରାଜନୈତିକ ଦଳର ପ୍ରାର୍ଥୀ

Published By : Prameya-News7 Bureau | March 20, 2019 IST

ମାଲକାନଗିରି୨୦|୩: ବାଃ ବାଃରେ ରାଜନୀତି । ପଦବୀ ଳାଳସା, କ୍ଷମତା ଲୋଭ । ଯେଉଁ ଦଳ ହେଉ ପଛେ ସିଂହାସନ ଦରକାର ।ନେତା ଭୁଲିଗଲେଣି ନୀତି ନୈତିକତା । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଥା ।ଗୋଟିଏ ପରିବାରରେ ଶଙ୍ଖ, ପଦ୍ମ ହାତ ।

{"id":95342}

୩ ପ୍ରମୁଖ ଦଳରୁ ଗୋଟିଏ ପରିବାରର ୩ ସଦସ୍ୟ ପ୍ରାର୍ଥୀ ହୋଇଛନ୍ତି ବା ହେବାକୁ ଆଶାବାନ୍ଧି ବସିଛନ୍ତି । ଆଜି କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶତାଧିକ ଦଳୀୟ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

{"id":95343}

ଏପଟେ ଲକ୍ଷ୍ମୀପ୍ରିୟାଙ୍କ ଦାଦା ପୁର୍ଣ୍ଣ ଚନ୍ଦ୍ର ବାକା ବି.ଜେ.ଡି.ରୁ ଟିକେଟ ପାଇଥିବା ବେଳେ ଦାଦା ଝିଅ ଭଉଣି ଶାନ୍ତିଲତା ବାକା  ବି.ଜେ.ପି.ର ଆଶାୟୀ ପ୍ରାର୍ଥୀ ।

{"id":95344}

ରାଜନୀତିରେ ସବୁ ସମ୍ଭବ । କାଲି ଯିଏ ଶତ୍ରୁ ଆଜି ମିତ୍ର । ଏହାଛଡା ଦଳ ଡିଆଁ ତ ବାମ ହାତର ଖେଳ । କିନ୍ତୁ ଚିତ୍ରକୋଣ୍ଡା ଆସନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ, ୩ ଟି ପ୍ରମୁଖ ଦଳର ପ୍ରାର୍ଥୀ । ତେଣୁ ଏଠାରୁ ଯିଏ ଯିତୁ ଯିଏ ହାରୁ କିଛି ଫରକ ପଡିବନି । ଏପଟେ ଏହି ପରିବାର ବିରୋଧରେ ସ୍ବର ଉଠାଇଛି ଜିଲ୍ଲା ଆଦିବାସୀ ମହାସଂଘ ।….

{"id":95345}

ପାରିବାରିକ ରାଜନୀତିକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ଚିତ୍ରକୋଣ୍ଡାରେ ଗୋଟିଏ ପରିବାରରେ ୩ ଟି ପ୍ରମୁଖ ଦଳର ପ୍ରାର୍ଥୀ ହୋଇପାରନ୍ତି କିନ୍ତୁ ଏହି ପରିବାର କିମ୍ବା ଅନ୍ୟ ପ୍ରାର୍ଥୀଙ୍କୁ ତଉଲିବାର କ୍ଷମତା ଲୋକଙ୍କ ହାତରେ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.