ବଧୂ ହତ୍ୟା ମାମଲାରେ ସ୍ବାମୀ, ଶାଶୁ ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ

Published By : Prameya-News7 Bureau | June 01, 2019 IST

ଖୋର୍ଦ୍ଧା ୧|୬: ବଧୂ ହତ୍ୟା ମାମଲାରେ ୩ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଦୌରାଜଜ୍ କୋର୍ଟ । ମୃତ ମହିଳାଙ୍କ ସ୍ବାମୀ, ଶାଶୁ ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି ।

ସୂଚନା ଅନୁସାରେ ଗତ ୨୦୧୪ ମସିହା ମେ ମାସ ୭ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମାନପୁର ଗ୍ରାମର ବଧୂ ବିଳାସିନୀ ନିଶାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ଶୁଣାଣି କରି ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଦୌରାଜଜ୍ ରାୟ ପ୍ରକାଶ କରିଛନ୍ତି । ମୃତ ବିଳାସିନୀ ନିଶାଙ୍କ ସ୍ବାମୀ ବାଉରିବନ୍ଧୁ ନିଶାଙ୍କ, ଶାଶୁ କମଳା ରାଉତରାୟ, ନଣନ୍ଦ ପାର୍ବତୀ ରାଉତରାୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.