ପୁଅ ବାହାଘର ପାଇଁ ସପିଂ କରି ଫେରିବା ବେଳେ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଲେ ବାପା, ମା ଓ ପୁଅ

Published By : Prameya-News7 Bureau | May 29, 2019 IST

ଝାରସୁଗୁଡା ୨୯|୫: ଟ୍ରକ୍ ଧକ୍କାରେ ଗୋଟିଏ ପରିବାରର ବାପା, ମା ଓ ପୁଅର ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲା ପିପିଲିମାଲଠାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ମୃତକ ହେଲେ ବିଶିକେଶନ କାଲୋ, ସ୍ତ୍ରୀ ତପସ୍ବିନୀ କାଲୋ ଓ ପୁଅ ସତ୍ୟ ନାରାୟଣ କାଲୋ ।

{"id":117190}

ସୂଚନାଯୋଗ୍ୟ ଯେ, କୁଡ଼ାଲୋଇ ଗାଁର ବିଶିକେଶନ କାଲୋ ନିଜ ପୁଅ ବାହାଘର ପାଇଁ ଜିନିଷ ପତ୍ର କିଣି ଘରକୁ ଫେରୁଥିବା ସମୟରେ ଛତିଶଗଡ଼ର ରାୟଗଡ ଆଡୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବିଶିକେଶକନଙ୍କ ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ କୁଡ଼ାଲୋଇ ଗାଁର ବିଶିକେଶନ କାଲୋ, ପତ୍ନୀ ତପସ୍ବିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

{"id":117191}

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ବେଲପାହାଡ଼ ପୋଲିସ ଓ ଲଖନପୁର ପୋଲିସ ରହି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.