ଧଳାଜହର ବିକ୍ରି ଅଭିଯୋଗରେ ବାପା-ମା’ ଓ ପୁଅ ଗିରଫ, ୧୪ ଗ୍ରାମ୍ ବ୍ରାଉନସୁଗାର ଜବତ

Published By : Prameya-News7 Bureau | September 29, 2021 IST

ଢେଙ୍କାନାଳ ୨୯।୯: ବ୍ରାଉନସୁଗାର ଚୋରା ବ୍ୟବସାୟରେ ପୁରା ପରିବାର । ଏଭଳି ସୂଚନା ପାଇ ଅଚାନକ ଟାଉନ ଥାନା ଅଧିକାରୀ ନମିତା ନାୟକ ସଦଳବଳ ଢେଙ୍କାନାଳ ସହରର ବାଜିଚୌକ ଅଂଚଳର ଅଭୟ ବେହେରାଙ୍କ ଘରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ବିକ୍ରି ପାଇଁ ଛୋଟ ଛୋଟ ପୁଡ଼ିଆ କରୁଥିବାବେଳେ ଅଭୟ ବେହେରା, ତାଙ୍କ ପତ୍ନୀ ବଦାନୀ ବେହେରା ଓ ପୁଅ ଦିଲେଶ୍ବର ବେହେରାଙ୍କୁ ଗିରଫ କରିଛି । ତାଙ୍କଠାରୁ ପୋଲିସ ୧୩ ଗ୍ରାମ ୭୩ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହାସହ ଓଜନ ମେସିନ ଓ ଆଲୁମିନିୟମ ଫଏଲ ଆଦି ଜବତ କରିଛି । ଏହି ଘଟଣାରେ ବାପା, ମା’ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.