Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କୋଭିଡ୍ ନିୟମ ଉଲଂଘନ ଅଭିଯୋଗ, ପ୍ରଶାସନ ପକ୍ଷରୁ ଜଟଣୀର ୩ଟି ମାର୍କେଟ୍ କମ୍ପ୍ଲେକ୍ସ ସିଲ୍

30/06/2021 at 11:50 AM

ଜଟଣୀ ୩୦।୬: କୋଭିଡ୍ ନିୟମ ଉଲଂଘନକାରୀଙ୍କ ଉପରେ ପ୍ରଶାସନର କଡା ଆଭିମୁଖ୍ୟ । ଜଟଣୀର ବିଭିନ୍ନ ଦୋକାନ ବଜାର ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ଚଢାଉ । ଅମାନିଆ ବ୍ୟବସାୟୀଙ୍କୁ ସାବାଡ କରାଯାଇଛି । ଦୋକାନ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କୋଭିଡ୍ ନିୟମ ମାନୁନଥିବା ଅଭିଯୋଗରେ ଜଟଣୀ ସୀତାରାମ ଛକ ସ୍ଥିତ ଗଣେଶ ମାର୍କେଟ୍ କମ୍ପ୍ଲେକ୍ସ ଓ ମହାଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସକୁ ସିଲ୍ କରିଦିଆଯାଇଛି ।

ଜୁନ୍ ୨୯ ତାରିଖରୁ ସିଲ୍ କରାଯାଇଥିବା ବେଳେ ୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।  ପର ବଡବଜାରର ଶ୍ରୀରାମ କମ୍ପ୍ଲେକ୍ସ  ସିଲ୍ କରିବା ସହ ରାଜାବଜାରର କୈଳାସ ବସ୍ତ୍ରାଳୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରଶାସନ ସିଲ୍ କରିଛି । ଆଗାମୀ ଦିନରେ ଏହିଭଳି ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ମାର୍କେଟ୍ କମ୍ପ୍ଲେକ୍ସରେ କେବଳ ଔଷଧ ଦୋକାନ ଖୋଲା ରହିବ । ଯଦି କେହି ବ୍ୟକ୍ତି ଏହି ଅଞ୍ଚଳରେ ବ୍ୟବସାୟ କିମ୍ବା ଅନାବଶ୍ୟକ ପ୍ରବେଶ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts