ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ : କମ୍ବିଂ ଅପରେସନ ଜାରି, ୬ ଅତ୍ୟାଧୁନିକ ବନ୍ଧୁକ ଜବତ

Published By : Prameya-News7 Bureau | November 23, 2020 IST

ମାଲକାନଗିରି ୨୩।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟରେ ୩ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଜଣେ ଜବାନ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ରେଲଓ୍ବେ ଲାଇନ୍ ମରାମତି କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ସୁରକ୍ଷା ଦେଉଥିବା ଏସଟିଏଫ ଜବାନଙ୍କୁ ଟାର୍ଗେଟ୍ କରିଥିଲେ ମାଓବାଦୀ । ଜବାନଙ୍କ ଉପରକୁ ପ୍ରଥମେ ମାଓବାଦୀ ଗୁଳିଚାଳନା କରିଥିଲେ । ଫଳରେ ଜବାନମାନେ ପାଲଟା ଗୁଳି ଚଳାଇଥିଲେ । ଜବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ଘଟଣାସ୍ଥଳରୁ ଜବାନମାନେ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.