ରାଉରକେଲାରୁ ୩ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

Published By : Prameya-News7 Bureau | March 16, 2019 IST

ରାଉରକେଲା ୧୬|୩ : ପୋଲିସ ହାତରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ । ଗିରଫ ହୋଇଥିବା ତିନି ମାଓବାଦୀ ହେଲେ , ଅଜୟ ମୁଣ୍ଡା, ସାନିକା ଲୋହାର ଓ ମଙ୍ଗ ଓରାମ । ୨୦୦୮ ମସିହାରେ କାଦ୍ରୀ ଲୋହାର ଓ ତାଙ୍କ ସ୍ୱାମୀ ନକ୍ସଲ ସଙ୍ଗଠନକୁ ବିଦାୟ ଦେଇ ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବା ପାଇଁ ରାଉରକେଲା ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । 

{"id":94206}

କିଛିଦିନ ଜେଲରେ ରହି ମୁକୁଳିବା ପରେ ସ୍ବାମୀ-ସ୍ତ୍ରୀ  ପରିଶ୍ରମ କରି ଜୀବନ ଅତିବାହିତ କରୁଥିଲେ । କିନ୍ତୁ କିଛିଦିନ ପରେ ରୋଗାଗ୍ରସ୍ତ ହୋଇ କାଦ୍ରୀ ଲୋହାରଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିଲେ । ୨୦୧୧ ମସିହାରେ ଏହି ତିନି ମାଓବାଦୀ କାଦ୍ରୀ ଲୋହାରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ସେବେଠାରୁ ଏହି ୩ ମାଓବାଦୀଙ୍କୁ ଖୋଜୁଥିଲା ପୋଲିସ । ଗତକାଲି ରାତିରେ ସରଣ୍ଡା ଜଙ୍ଗଲ ଅଂଚଳରୁ ଏମାନଙ୍କୁ ଗିରଫ କରିଛି ବିଶ୍ରା ପୋଲିସ । ଏହି ୩ ମାଓବାଦୀଙ୍କ ବିରୋଧରେ ହତ୍ୟା, ରାହାଜନୀ ଲୁଟ୍ ଭଳି ଅନେକ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.