ବଡସାହି ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

Published By : Prameya-News7 Bureau | April 14, 2019 IST

ବାରିପଦା ୧୪|୪: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ହୋଇଥିଲେ ମଧ୍ୟ ଏହି ବିଧାନସଭା ଆସନ ବାଲେଶ୍ବର ଲୋକସଭା ଆସନ ଅଧୀନରେ ଆସୁଛି । ବିଜେପିର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏଠାରେ ଭୋଟରଙ୍କ ମନ ଜିଣିବା ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ।

{"id":103523}

ସେହିପରି କଂଗ୍ରେସର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବଡ଼ସାହି ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି । ତାଙ୍କ ସହ ବିଧାୟକ ପ୍ରାର୍ଥୀ ଦେବଯାନୀ ବେହେରା ମଧ୍ୟ ଲୋକଙ୍କୁ ଭେଟି ଭୋଟ୍ ଭିକ୍ଷା କରିଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ବେଶ୍ ଭଲ ପ୍ରଦର୍ଶନ କରିଥିବା ବେଳେ ବିଧାନସଭା ନିର୍ବାଚନରେ ମଧ୍ୟ ସଫଳତା ପାଇବାକୁ ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.