ପାଖେଇ ଆସୁଛି ପିପିଲି ଉପନିର୍ବାଚନ, ଆରମ୍ଭ ହେଲା ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର

Published By : Prameya-News7 Bureau | September 20, 2021 IST

ନିମାପଡା ୨୦।୯: ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ । ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ରଚାର । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଭୋଟରମାନଙ୍କ ନିକଟରେ ପହଁଚୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦ୍ର ମହାପାତ୍ର ନିଜ ନିଜ ଦଳୀୟ ସମର୍ଥକଙ୍କ ସହ କୋଭିଡ଼ କଟକଣାରେ ଜୋରଦାର ପ୍ରଚାର କରିଛନ୍ତି ।

{"id":514786,"width":753,"height":414,"sizeSlug":"full","linkDestination":"none"}

ବିଜେଡି ପ୍ରାର୍ଥୀ ରୁଦ୍ର ମହରଥୀ ନିଜ ପଞ୍ଚାୟତ ପାଣିଦୋଳରେ ନିର୍ବାଚନ ପ୍ରଚାର କରିବା ସହ ନିଜ ଗାଁ ଖୋରାପଡାରେ ମଧ୍ୟ ପ୍ରଚାର କରିଛନ୍ତି । ଏଥିରେ ତାଙ୍କ ସହିତ ଯୋଗ ଦେଇଥିଲେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର । ସେହିଭଳି ବିଜେପି ପ୍ରାର୍ଥୀ ଆଶ୍ରିତ ପିପିଲି ଦାଣ୍ଡ ମୁକୁନ୍ଦପୁର, ତେଇଶିପୁର, ଜେନାପୁର ପଂଚୟତରେ ଭୋଟରମାନଙ୍କୁ ଭେଟି ଭୋଟ୍ ଭିକ୍ଷା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପିପିଲି ବ୍ଲକ ଓରକଳ ପଞ୍ଚାୟତରୁ ଆରମ୍ଭ କରିଛନ୍ତି ଦଳୀୟ ପ୍ରଚାର ।

{"id":514788,"width":752,"height":414,"sizeSlug":"full","linkDestination":"none"}

ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପିପିଲିଠାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ନିର୍ବାଚନ ନେଇ ଉଭୟ ପ୍ରାର୍ଥୀ ଆଶାବାଦୀ ଥିବାବେଳେ ପିପିଲିବାସୀ ପୁଣି ବିଜେଡି ଉପରେ ଭରଷା କରିବେ ବୋଲି ପିନାକୀ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.